ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବିଜୁ ପଟ୍ଟନାୟକ ଜୁନିୟର ମହିଳା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ସଂଯୋଜିକା ଗୀତାଞ୍ଜଳି ମହାନ୍ତିଙ୍କ ସଂଯୋଜନା ଏବଂ ଅଧ୍ୟକ୍ଷା ସସ୍ମିତା କୁମାରୀ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ନୋଡାଲ ସଂଯୋଜକ ଅମୃତ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରୀମାନଙ୍କୁ ମାନସିକ ଏବଂ ଶାରୀରିକ ଭାବେ ସଶକ୍ତ କରିବା ସହ ଯେକୌଣସି ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ପାଇଁ ଆତ୍ମବିଶ୍ଵାସ ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ । ସେହିଭଳି ଆଇନଜୀବୀ ହରପ୍ରସାଦ ରଥ, ଅଧ୍ୟାପକ ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପୀତବାସ ପାଢ଼ୀ, ସୁଧୀର କୁମାର ପଣ୍ଡା, ମଞ୍ଜୁଳା ସାମନ୍ତରାୟ, ସବିତା କୁମାରୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ପ୍ରଶିକ୍ଷିକା ରାକ୍ଷୀ କୁମାରୀ ସାହୁ ଏବଂ ରୀନା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରର ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା