ରାଉରକେଲା(ସସ୍ମିତା ପ୍ରଧାନ ): ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାକ୍ତନ ଇତିହାସ ବିଭାଗର ପ୍ରାଧ୍ୟାପକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ, ସୃଷ୍ଟି ଓ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ପଣ୍ଡିତ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଗୋପବନ୍ଧୁ ଥିଲେ ସମର୍ପିତ ପ୍ରତିଷ୍ଠାତା। ଉତ୍କଳୀୟ ଭାବଧାରାର ବିକାଶ ସହ ମାନବବାଦ ର ପ୍ରସାର ଥିଲା ତାଙ୍କ ଭାବାଦର୍ଶ। ସେ ଥିଲେ ଦୂରଦୃଷ୍ଟି ସମ୍ପନ୍ନ। ତାଙ୍କ ବିଚାରଧାରା ଥିଲା ଆଧୁନିକ ଭାବ ଭାବନାର ରୂପାନ୍ତର। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ପ୍ରତିଯୋଗିତା ଗୁଡ଼ିକରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ଧରିତ୍ରୀ ପାଇକରାୟ,ଗିରିଶ ପରିଡ଼ା,ସିମରନ ମହାପାତ୍ର, ଅରୁଣ କୁମାର ନାଏକ ଓ ସୁଶ୍ରିତା ମହାନ୍ତି ପ୍ରମୁଖ ବିଚାରକ ଭାବେ ଦାୟିତ୍ବ ତୁଲାଇଥିଲେ। ସୂଚନାଯୋଗ୍ୟ ଯେ ଗତ ୯ତାରିଖ ଦିନ ଏହି କାର୍ଯ୍ୟକ୍ରମ କରିବାକୁ ଥିବାବେଳେ ସେତେବେଳେ ଦୁର୍ଗା ପୂଜା ପଡ଼ିଥିବାରୁ ଏହାକୁ ଆଜି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଓ ସଂଯୋଜକ ଶ୍ରୀ ବଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ଅନୁଷ୍ଠାନର ଉପଦେଷ୍ଟା ଇଂ ଅଭୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଙ୍କ ସମେତ ସର୍ବଶ୍ରୀ ବାଉରୀବନ୍ଧୁ ସାହୁ, ବିଜୟ କୁମାର ପାତ୍ର, ଡ଼ା ବସନ୍ତ କୁମାର ଦାସ, ଡ଼ଃ ଜୟନ୍ତୀ କୁମାରୀ ପାଢ଼ୀ, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ପ୍ରଳୟ ଶତପଥୀ,ଟୁକୁଲା ପାଢ଼ୀ, ମନୋଜ କୁମାର ପଣ୍ଡା, ପଞ୍ଚାନନ ପାତ୍ର,ଅଟମ ରଥ,ମୁଖପାତ୍ର କୁଞ୍ଜବିହାରୀ ରାଉତ, ଜୟଶ୍ରୀ ଦାସ, ଡ଼ଃ ସୁମନ ଦତ୍ତ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ତଥା ସହର ବାହାରୁ ବିଭିନ୍ନ ବିଦ୍ୟାଳୟର ଶତାଧିକ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ