ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷା ଓ ଶିକ୍ଷକ ଅଙ୍ଗାଙ୍ଗୀଭାବେ ଜଡିତ । ଜଣେ ଆଦର୍ଶ ଶିକ୍ଷକଙ୍କ କେବେବି ମୃତ୍ୟୁ ହୋଇନପାରେ । ତେଣୁ ସେ ଚିରଦିନ ଅମର ହୋଇ ରହିପାରନ୍ତି ବୋଲି ଆଜି ରବିବାର ବାଲେଶ୍ୱର ଜିଲାର ଜଳେଶ୍ୱର ଥାନା ଅନ୍ତର୍ଗତ ନିଜଗାଁ କାଶିଡିହା ଠାରେ ସାମାଜିକ ଦୂରତା ଅବଲମ୍ବନ କରି ଆୟୋଜିତ ଅତୁଲ ରାଜଙ୍କ ସ୍ମୃତି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ପ୍ରବୀଣ ଶିକ୍ଷକ ଯତିନ୍ଦ୍ର ନାଥ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ସଭାରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କମଳାକାନ୍ତ ଚାନ୍ଦ, ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ, ସୀମାନ୍ତ ଶିକ୍ଷାନିକେତନର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପାଳ, ତାଙ୍କ ପ୍ରତିଷ୍ଠିତ ହାଇସ୍କୁଲର ଶିକ୍ଷକ ପଞ୍ଚାନନ ସାହୁ, ରାମଶଙ୍କର ରାଜ, ପଞ୍ଚାୟତ ସମିତି ସଦସ୍ୟ ସଂଜୟ ମହାନ୍ତି, ସୁଜୟ ଦେ, ସୁଶିଲ ମହାନ୍ତି, ପ୍ରଣବାନନ୍ଦ ନାୟକ, ରତିକାନ୍ତ ମହାନ୍ତି, ରବିନାରାୟଣ ପାତ୍ର, ଅରୁଣ କୁମାର ମାଇତି, ଶାନ୍ତନୁ ଦେ ପ୍ରମୁଖ ସ୍ୱର୍ଗତ ଅତୁଲ ରାଜଙ୍କୁ ସୀମାନ୍ତ ଶିକ୍ଷାନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା, ଜଣେ ସଂଗଠକ, ମେଳାପି, ଛାତ୍ରବତ୍ସଳ, ଅନୁଷ୍ଠାନ ପ୍ରେମୀ, ଦରଦୀ ବନ୍ଧୁ ବୋଲି ଅଭିହିତ କରିଥିଲେ । ଶିକ୍ଷକ ସୁଶାନ୍ତ କୁମାର ଦାସ ମଂଚ ସଂଚାଳନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା