
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଞ୍ଚଳର ଗୋପୀମୋହନ ପଞ୍ଚାୟତର ସରସୀଦା ଗାଁରେ ଥିବା କନ୍ୟାଶ୍ରମରେ ଆଜି ସମାଜ କଲ୍ୟାଣ ବିକାଶ ପରିଷଦ ଓ ବିଜୁ ଯୁବବାହିନୀର ମିଳିତ ଆନୁକୂଲ୍ୟରେ ଅନ୍ତେବାସୀଙ୍କୁ ସଚେତନତା, ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ପ୍ରକାଶଯୋଗ୍ୟ ସ୍ୱର୍ଗତ ରବିନ୍ଦ୍ର ନାଥ ପରିଡା ଟ୍ରଷ୍ଟ ପକ୍ଷରୁ ସରସିଦାଠାରେ ୨୦୧୫ରୁ ଅନାଥ ବାଳିକା ମାନଙ୍କୁ କାଂଚନବାଳା ପରିଡା ରଖି କନ୍ୟାଶ୍ରମଟିକୁ ଚଳାଇ ଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ବିକାଶ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ନିର୍ଦ୍ଦେଶରେ ସଂପାଦକ ରାମଚନ୍ଦ୍ର ଜେନା, ଶରତ କୁମାର ପରିଡା, ସତ୍ୟନାରାୟଣ ଦାସ, ରବିନାରାୟଣ ପାତ୍ର, କାଳିଚରଣ ଦାସ, ମାନସ ରଂଜନ ଧଳ, ଦୁର୍ଗା ଶଂକର ଜେନା, ହେମନ୍ତ କୁମାର ଜେନା ଓ ଅବନୀ କୁମାର ଚାନ୍ଦ ପ୍ରମୁଖ ଯାଇ ବିସ୍କୁଟ, ଚୁଡା, ଚିନି, ବୁଟ, ସାବୁନ୍, ସେମ୍ପୋ, ଚକ୍ଲେଟ ଇତ୍ୟାଦି ପ୍ରଦାନ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା