

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶ ବାଚସ୍ପତି ଟି.ସୀତାରାମ ବ୍ରହ୍ମପୁର ଗସ୍ତରେ ଆସି ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପରିଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ ୯.୩୦ରେ ପହଂଚିଥିଲେ । ତାପରେ ନିଜ ପରିବାର ବର୍ଗଙ୍କ ସହ ବ୍ରହ୍ମପୁର ସ୍ଥିତ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନତ୍ତିମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଓଡିଶା ପ୍ରତ୍ୟେକ କ୍ଷେତ୍ରରେ ଏକ ସମୃଦ୍ଧିଶିଳ ରାଜ୍ୟ ଭାବରେ ସାରା ଦେଶରେ ପରିଚିତ ରହିଛି ବୋଲି କହିଥିଲେ । ଏହାପରେ ଓଡ଼ିଶାରେ ଜଳସମ୍ପଦ ଭରପୁର ରହିଛି ଓ ସେଗୁଡିକର ସୁବିନିଯୋଗ କରାଯିବା ଆବଶ୍ୟକ ରହିଛି । ଏହାସହ ମା’ ବୁଢ଼ୀ ଠାକୁରାଣୀଙ୍କ ମହିମାରେ ବ୍ରହ୍ମପୁରବାସୀ ସୁଖ ଶାନ୍ତିରେ ରହୁଛନ୍ତି । ବ୍ରହ୍ମପୁର ସହରର ବିକାଶ ବୃଦ୍ଧି ପାଇଥିବା ବେଳେ ଗମନାଗମନର ବ୍ୟବସ୍ଥା ସମେତ ବିଭିନ୍ନ କ୍ଷେତ୍ରରେ ମଧ୍ୟ ବିକାଶ ଘଟିଛି ବୋଲି ସେ କହିଥିଲେ ।
ରିପୋର୍ଟ : ଆମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା