ଆନ୍ଧ୍ରରେ ଏସିଡ୍‌ ମାଡରେ ଆହତ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଭେଟିଲେ ଅତିରିକ୍ତ ଶ୍ରମ କମିଶନର …

ବିଶାଖାପାଟଣା(ସମୃଦ୍ଧ ଓଡିଶା ) ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ସ୍ଥିତ ଇଟାଭାଟିରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବୁର୍ତ୍ତା ଗାଁର ଶ୍ରମିକଙ୍କ ଉପରେ ଏଭଳି ନରକୀୟ ନିର୍ଯାତନା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଦରମା ମାଗିବାରୁ ଇଟାଭାଟି ମାଲିକ ଜଣେ ଶ୍ରମିକଙ୍କ ହାତର ୪ ଆଙ୍ଗୁଠି କାଟି ଦେଲେ, ଅନ୍ୟ ଜଣେ ଶ୍ରମିକଙ୍କ ମୁହଁକୁ ଏସିଡ୍‌ ଫିଙ୍ଗି ଜାଳିଦେଲେ। ଏବେ ଇଟା ଭାଟିରେ ବନ୍ଧା ପଡ଼ିଛନ୍ତି ୭ ଶ୍ରମିକ। ଏସିଡ୍‌ ମାଡ଼ରେ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ୍ୟ ଅର୍ଥ ଅଭାବରୁ ସେ ଘରେ ପଡ଼ି ରହିଛନ୍ତି। ଆଙ୍ଗୁଠି କଟିଥିବା ଶ୍ରମିକ ଇଟା ଭାଟି ଠିକାଦାରଙ୍କ ପାଖରେ ଅଟକ ଥିବା ଜଣାପଡ଼ିଛି।  ଆଜି ତାଙ୍କୁ  ଅତିରିକ୍ତ ଶ୍ରମ କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀ ଭେଟିଛନ୍ତି।