ଆନ୍ଧ୍ରର ଅନ୍ୟତମ ଶିକ୍ଷାନୁଷ୍ଠାନ ନାରାୟଣା କଲେଜର ନିର୍ମାତା ଆନ୍ଧ୍ରମନ୍ତ୍ରୀ ନାରାୟଣଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ

ବିଜାୱାଡା : ଆନ୍ଧ୍ରର ଅନ୍ୟତମ ଶିକ୍ଷାନୁଷ୍ଠାନ ନାରାୟଣା କଲେଜର ନିର୍ମାତା ଆନ୍ଧ୍ରମନ୍ତ୍ରୀ ନାରାୟଣଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ଗତକାଲି ଆନ୍ଧ୍ରର ଏହିମନ୍ତ୍ରୀ ପି ନାରାୟଣଙ୍କ ଘର ବିଜାୱାଡା, ନେଲୁର, ବିଶାଖାପାଟଣା, ପୁନେ ଇତ୍ୟାଦି ସହରରେ ଥିବା ତାଙ୍କର ପାଞ୍ଚଟି କମ୍ପାନୀ ଉପରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଶୁଭ ଗୃହ ରିଆଲ ଇଷ୍ଟେଟ, ନାରାୟଣା ଗ୍ରୁପ ଅଫ କମ୍ପାନୀସ, ବି.ଏନ.ଆର. କମ୍ପାନୀ ଆଦିକୁ ଚଢ଼ାଉ କରି ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି । ପି ନାରାୟଣା ବର୍ତ୍ତମାନ ତେଲୁଗୁ ଦେଶମ ପାର୍ଟିର ଜଣେ ବରିଷ୍ଠ ନେତା ତଥା ଆନ୍ଧ୍ରର ଜଣେ ବରିଷ୍ଠ ମନ୍ତ୍ରୀ ମଧ୍ୟ, ସେ ନେଲୁରରୁ ଏମ.ଏଲ.ସି.ରୂପେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଛନ୍ତି। ଅନ୍ୟ ପକ୍ଷରେ ସାରା ଦକ୍ଷିଣ ଭାରତରେ ତାଙ୍କର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ରିଅଲ ଇଷ୍ଟେଟ ଭରପୁର ହୋଇ ରହିଛି ।ସେ ସେଥିରୁ ବହୁତ ଆୟ କରୁଛନ୍ତି କିନ୍ତୁ ଆୟକର ନଦେଇ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଛି ।