ଆନ୍ଧ୍ର ରାଜଭବନରେ ସମ୍ବିଧାନ ଦିବସ ପାଳନ…

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ରାଜଭବନରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିମନ୍ତ୍ରଣ କ୍ରମେ ଆନ୍ଧ୍ର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ଅନ୍ୟାନ୍ୟ ବିଚାରପତି, ମୁଖ୍ୟ ଶାସନ ସଚିବ, ରାଜ୍ୟ କିଛି ମନ୍ତ୍ରୀ ଯୋଗଦେଇ ଥିଲେ । ଜାତୀୟ ସଂଗୀତ ଗାନ ପରେ ରାଜ୍ୟପାଳ ପ୍ରଦ୍ୱୀପ ପ୍ରଜ୍ଜ୍ଵଳନ କରି ଡଃ. ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ । ସମ୍ବିଧାନରେ ଥିବା ମୌଳିକ ଅଧିକାର ସମ୍ପର୍କରେ ବକ୍ତାମାନେ ସୂଚନା ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।