ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆମ୍ବଳିଅଠାସ୍ଥିତ ଉନ୍ନିତ ଉପ୍ରାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ କ୍ରିଡାଉତ୍ସବର ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତି ପୌରହିତ୍ୱ କରିଥିଲେ । ଏଥିରେ ସମାଜ ସେବୀ ଚତ୍ତରଂଜନ ପରିଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାମ୍ପ୍ରତିକ ସଭାଜରେ ନୈତିକ ଶିକ୍ଷାର ଅଧୋଗତି ଘଟୁଥିବାରୁ ତାର ନିରାକରଣ କରାଯାଇପାରିଲେ ଛାତ୍ରଛାତ୍ରୀମାନେ ସୁନାଗରିକ ଓ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ପ୍ରବୀଣ ଶିକ୍ଷକ ଯୋଗେଶ ଚନ୍ଦ୍ର ରାଉଳ ଯୋଗ ଦେଇ ସରକାର ଶିକ୍ଷାର ବିକାଶ ଲାଗି ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ସଚେତନତା ଅଭାବରୁ ବିଶେଷ ଫଳବତୀ ହୋଇପାରୁ ନ ଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଭୂପତି ଚରଣ ସେନାପତି, ଇଂ ରାମଚନ୍ଦ୍ର ସାହୁ ଓ ପରିଚାଳନା କମିଟିର ସଭାପତି ଶଶାଂକ ଶେଖର ପାତ୍ର ଯୋଗ ଦେଇ ପ୍ରଚଳିତ ଶିକ୍ଷା ଓ ଶିକ୍ଷାନୀତି ସଂପର୍କରେ ବକ୍ତବ୍ୟ ରଖିଥିଲେ । ଇଂ ରାମଚନ୍ଦ୍ର ସାହୁ ପ୍ରତିବର୍ଷ ଜଣେ କୃତିଛାତ୍ର ଓ ଉତ୍ତମ ଚରିତ୍ରବତ୍ତା ଛାତ୍ରକୁ ସମ୍ବଦ୍ଧିତ କରିବା ଲାଗି ୧୫ ହଜାର ଟଙ୍କାର ଏକ ସ୍ଥାୟୀ ଜମା ପ୍ରଦାନ କରିଥିଲେ । ସଭାରେ ରାଜେନ୍ଦ୍ର ମୁର୍ମୁୁ, ଇଂ ରାମଚନ୍ଦ୍ର ସାହୁ, ଚିକଣବାଳା ଦେ, ଓ ଗୌରାଙ୍ଗ ଜେନାଙ୍କୁ ସମ୍ବଦ୍ଧିତ କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ପରେ ସାଂସ୍କୃତିକ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଞ୍ଚ ଆହ୍ୱାନ ଶିକ୍ଷୟତ୍ରୀ ତାପସୀ ରାଣୀ କର କରିଥିବା ବେଳେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା