

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ଗତକାଲି ସନ୍ଧ୍ୟା ସମୟରେ ଗୋପାଳପୁର ଓଭରବ୍ରିଜ ନିକଟରେ ଗାଡି ଯାତାୟାତ ନେଇ ଘୋର ସମସ୍ୟା ଦେଖାଦେଇଥିଲା । ଛତ୍ରପୁରକୁ ବସ୍ ଯାଉଥିବା ସମୟରେ ସେଠାରେ କିଛି ଜନସାଧାରଣ ଆମ୍ବପୁଆ ଦେଇ ଗାଡି ଚଳାଚଳ କରିବାକୁ ଦାବୀ କରିଥିଲେ । କିନ୍ତୁ ସିଟି ବସ୍ ସେପଟେ ନ ଯାଇ ଫ୍ଲାଇ ଓଭର ବ୍ରିଜ ଦେଇ ଯିବାରୁ ଏହାର ପ୍ରତିବାଦ କରି ଜନସାଧାରଣ ହିଂସାତ୍ମକ କାର୍ଯ୍ୟପନ୍ଥା ହାତକୁ ନେଇ ଡ୍ରାଇଭରକୁ ମାଡ ମାରିବା ସହ କଣ୍ଡକ୍ଟରକୁ ଗୋଡାଇ ଗୋଡାଇ ମାରି ଥିବା ଅଭିଯୋଗ ହୋଇଛି । ସେହି ସମୟରେ ପୋଲିସି ଆସି ବୁଝା ସୁଜା କରିବା ପରେ ଗାଡି ଛାଡିଥିଲା । ପାସେଞ୍ଜର ବିଶେଷ ଅସୁବିଧା ସମ୍ମୁଖୀନ ହୋଇଥିଲେ । ବ୍ରହ୍ମପୁରରୁ ଛତ୍ରପୁର ବସ୍ ଯାଉଥିବା ସମୟରେ ଆଜି ଓଭରବ୍ରିଜ୍ ନିକଟରେ କିଛିି ଯୁବକ ବସ୍ କୁ ଅଟକାଇ ଗାଡି ଭିତରେ ପସି ଡ୍ରାଇଭରକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସେହି ଯୁବକମାନଙ୍କ ଅଭିଯୋଗ ଯେ ତାଙ୍କ ଗାଁ ଦେଇ ବସ୍ ଚଳାଚଳ କାହିଁକି କରୁ ନାହିଁ । ଆମ୍ବପୁଆ ଦେଇ ଟାଉନ ବସ ଚଳାଚଳ କରିବାକୁ ସେମାନେ ଦାବୀ କରିଥିଲେ । ପୋଲିସ ପହଞ୍ଚିବା ପରେ ସେଠାରେ ଆଇନ ଶୃଙ୍ଖଲା ପରିସ୍ଥିତି ସୁଧାରି ଥିଲା । ଛତ୍ରପୁର ଗୋପାଳପୁର ବସର ଷ୍ଟାପ ଓ କିଛି ଯୁବକଙ୍କୁ ଥାନାରେ ଅଟକ ରଖା ସମାଧାନ କରା ଯାଇଛି ବୋଲି ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

