

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନକୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ଭିତରେ ଅନେକ ନିରୀହ ଜୀବନ ଯାଇସାରିଲାଣି । କରୋନା ଯୁଦ୍ଧରେ ନିଜକୁ କରୋନା ଯୋଦ୍ଧା ଯେପରି ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ନିଜ ଦାୟିତ୍ୱରେ ବିଲକୁଲ ଅବହେଳା କରିନାହାନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ସେମାନେ ସୁରକ୍ଷିତ କି ? କରୋନା ହସ୍ପିଟାଲରେ ଅବସ୍ଥାପିତ ଆରବିଏସକେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ ବା ସଙ୍ଗରୋଧ କେନ୍ଦ୍ରରେ ଓ ଘର ଘର ବୁଲି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚରେ ନିୟୋଜିତ ଏହି ଆରବିଏସକେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ ସମସ୍ତଙ୍କ ଜୀବନ ବଞ୍ଚିବାର ସମାନ ଅଧିକାର ରହିଛି । ଆଜି ମନରଞ୍ଜନ ରଥ ସଭାପତିଙ୍କ ଅଧକ୍ଷତାରେ ଆରବିଏସକେ ଡାକ୍ତର ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ଥିବା ଦାବିଗୁଡିକ ହେଲା ଆରବିଏସକେ ଡାକ୍ତର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଦୈନିକ ୧୫୦୦ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ, ସେମାନଙ୍କୁ କୋବିଡ଼-୧୯ର ବୀମା ଭୁକ୍ତ କରିବା, ଦାୟିତ୍ୱରେ ଥିବା ଡାକ୍ତରଙ୍କ ସ୍ୱାବ ଓ ନମୁନା ପରୀକ୍ଷଣ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ତା ସହ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଡାକ୍ତରଙ୍କୁ କୋବିଡ଼ -୧୯ରୁ ଦୁରେଇ ରଖିବା । ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ସୁରୁଭେ ସ୍ୱରୂପ ପଣ୍ଡା, ସାଧାରଣ ସମ୍ପାଦକ ଜୟଦେବ ନାୟକ, ମନୋଜ କୁମାର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆରବିଏସକେ ଡାକ୍ତରଙ୍କ ଦାବି ପୂରଣ ହୋଇଗଲେ ସେମାନେ ଅତି ଆଗ୍ରହ ଓ ଉତ୍ସାହର ସହିତ କରୋନା ଯୁଦ୍ଧରେ ସାମିଲ ହୋଇ ଏହାକୁ ପ୍ରତିହତ କରିବା ପାଇଁ ସହାୟକ ହୋଇପାରିବେ ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

