

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ପ୍ରକୃତ ହିତାଧିକାରୀ ମାନଙ୍କୁ ରେସନକାର୍ଡ ପ୍ରଦନା କରାଯାଉନଥିବା ଏବଂ ସରପଞ୍ଚ ଓ ଭିଏଲ ଡବ୍ଲ୍ୟୁ ମିଶି ମିଳିତ ଭାବେ ପ୍ରକୃତ ହିତାଧିକାରୀଙ୍କୁ ହଇରାଣ କରୁଥିବା ଦାବି ନେଇ ଆଜି ଆର୍ଯ୍ୟପଲ୍ଲୀ ପଞ୍ଚାୟତର ନାଏବ ସରପଞ୍ଚ ପି.ବାବାଜୀ, ଏନ.ଦୀନବନ୍ଧୁ,ଜି. ଡାଲେୟା, ଜି.ଜଗନ୍ନାଥ,ଏ.ଏରେୟା, ସିଏଚ୍ .ଏରେୟାଙ୍କ ବହୁ ପଞ୍ଚାୟତ ବାସୀ ବିଡିଓ ସଚ୍ଚିଦାନନ୍ଦ ନାୟକଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତରେ ରେସନକାର୍ଡ ନେଇ ଭିଏଲଡବ୍ଲ୍ୟୁଙ୍କୁ ପଚାରିଲେ ସରପଞ୍ଚଙ୍କୁ ପଚାର ମୋ ହାତରେ କିଛି ନାହିଁ ମୋର ଭୂମିକା କିଛି ନାହିଁ ବୋଲି ଭିଏଲଡବ୍ଲ୍ୟୁ କହୁଛନ୍ତି । ସରପଞ୍ଚଙ୍କୁ ପାଚରିଲେ କହୁଛନ୍ତି ମୋର ନିର୍ବାଚନରେ କେତେ ଟଙ୍କା ସରିଛି । ମୋତେ ରେସନ କାର୍ଡ ପିଛା ତିନିହଜାର ଟଙ୍କା ଦେଲେ ମୁଁ କାର୍ଡ ଦେବି କହିବା ସହ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ଭାଷାରେ ଗାଳିଗୁଲଜ କରୁଛନ୍ତି ବୋଲି ଉକ୍ତ ସ୍ମାରକ ପତ୍ରରେ ଦର୍ଶାଇଛନ୍ତି । ଏନେଇ ପଞ୍ଚାୟତ ବାସୀ ମାନେ ବିଡିଓଙ୍କୁ ଅବଗତ କରାଇଛନ୍ତି । ବିଡିଓ ଯଥା ଶୀଘ୍ର ଏହାର କୈାଣସି ସମାଧାନ ନକଲେ ଆଗାମୀ ଦିନରେ ପଞ୍ଚାତୟ କାର୍ଯ୍ୟାଳୟ ଘେରାଉ କାରଯିବ ବୋଲି ଚେତାବନୀ ଦେଇଛନ୍ତିା ଅପରପକ୍ଷରେ ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ସହ ଏ ବିଷୟରେ ପଚାରିବାରୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ସେ କହିଛନ୍ତି ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା

