ଭଞ୍ଜନଗର (ସମୃଦ୍ଧ ଓଡିଶା) ଆଶାକର୍ମୀ ମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଭିତରେ ଏସଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ମେଡିକାଲରେ କାର୍ଯ୍ୟରତ ସିକ୍ୟୁରିଟ୍ ମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନେଇ ଆଜି ଆଶକର୍ମୀ ମାନେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଦୀର୍ଘ ୧୫ ବର୍ଷ ହେଲା ଆମେ ବହୁ କଷ୍ଟ ଓ ପରିଶ୍ରମ କରି ସ୍ୱଳ୍ପ ଦରମାରେ ବହୁ ଦୁର୍ଗମ ଅଂଚଳରୁ ଗର୍ଭବତୀ ଓ ଶିଶୁ ମାନଙ୍କୁ ଆଣି ସେମାନେଙ୍କୁ ମେଡିକାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇଥାଉ । ହେଲେ ନୂତନ ଭାବେ ଯୋଗ ଦେଇଥିବା ଏସଡିଏମଓ ସିତାଶୁ ଶେଖର ଶତପଥୀ ସିକ୍ୟୁରିଟ୍ ଗାର୍ଡ ମାନଙ୍କ ଦ୍ୱାରା ଆମକୁ ଧମକ ଦେଇ ରୋଗୀଙ୍କୁ ମେଡିକାଲରେ ଛାଡି ଦେଇ ବାହାରୁ ବାହାରୁ ଚାଲିଯିବାକୁ କହିବା ସହ ଯଦି ଏହି ନିର୍ଦ୍ଦେଶ ନ ମାନନ୍ତି ତେବେ ପୋଲିସକୁ ଡାକି ଗିରଫ କରିଯିବ ବୋଲି କହୁଥିବା ଅଭିଯୋଗ କରିଛନ୍ତି ଆଶା କର୍ମୀ ମାନେ । ଏହାସହ ବର୍ତ୍ତମାନ କୋରନା ମାହାମରୀ ସମୟରେ ମଧ୍ୟ ଆମ ଜୀବନକୁ ବିପଦରେ ପକାଇ ରୋଗୀଙ୍କ ସେବାରେ ଅବହେଳା କରିନାହୁଁ । ବର୍ତ୍ତମାନ ଆମେ ମେଡିକାଲ ଭିତରକୁ ଆସିଲେ କୋରନା ରୋଗ ବ୍ୟାପିଯିବ ବୋଲି କହି ଏହିପରି ହୀନ ଓ ଦୁର୍ବ୍ୟବହାର କେତେ ଦୂର ସମୀଚିନ ଅଟେ ଏହାକୁ ବିଚାର କରି ଆମକୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରି ଆଶାକର୍ମୀ ମାନେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ରପୋର୍ଟ : ନିଲୁ ବିଷୋୟୀ