
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୪ ତାରିଖ ଦିୱାଲି ଅବସରରେ ଜଳେଶ୍ୱର ଆଇଆଇସି ମାନସ କୁମାର ଦେଓ ଜଳେଶ୍ୱରର ଶାନ୍ତିଆଠାରେ ଥିବା ଗାନ୍ଧିସେବାଶ୍ରମ ଓ ନନ୍ଦିକାଠାରେ ଥିବା ଦୀନକୃଷ୍ଣ ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରକୁ ଯାଇ ସେମାନଙ୍କ ସହିତ ଦିୱାଲି ମନାଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶୁଭ ମନାସିବା ସହିତ ଫଳ ଓ ବିସ୍କୁଲ ବଣ୍ଟନ କରିଥିଲେ । ଦିବ୍ୟାଙ୍ଗ ପିଲାମାନେ ଅମୃତର ସନ୍ତାନ ଏବଂ ସେବାନଙ୍କ ପ୍ରତି ସମାଜର ନୈତିକ କର୍ତ୍ତବ୍ୟ ଥିବାରୁ ପ୍ରତ୍ୟେକେ ସହାୟତା କରିବାକୁ ସେ ନିବେଦନ କରିଥିଲେ । ଅନ୍ୟପକ୍ଷରେ ଗାନ୍ଧିସେବାଶ୍ରମର ଅନ୍ତେବାସୀଙ୍କ ସହିତ ଦୀପ ପ୍ରଜ୍ଜଳନ ଓ ସେ ଦିନର ମହତ୍ୱ ସଂପର୍କରେ କହିଥିଲେ । ଦୁଇଟି ବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ଥିବା ବେଳେ ସମାଜସେବୀ କମଳ ଚକ୍ରବର୍ତ୍ତୀ ଏପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା