ଆସନ୍ତାକାଲି ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିବେ ପ୍ରଦୀପ କୁମାର ଦାସ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତାକାଲି ତଥା ସୋମବାର ଦିନ ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାବେ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରଦୀପ କୁମାର ଦାସ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି । ସେ ମାର୍ଚ୍ଚ ୧୪ରେ ବିଜେପିରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ । ତେଣୁ ସେ ଛତ୍ରପୁରର ଶିଳ୍ପର ଉନ୍ନତି ସହ ବିଭିନ୍ନ ଜନହିତକର କାର୍ଯ୍ୟ, ଯୁବକ ଯୁବତୀଙ୍କୁ ରୋଜଗାର, ଚାଷୀଙ୍କ ସମସ୍ୟା ଦୂର କରିବା, ହରିଜନମାନଙ୍କ ନ୍ୟାୟ ପୁରଣ କରିବା ଓ ଛତ୍ରପୁରର ପ୍ରଗତି ପାଇଁ ସଂଗ୍ରାମ କରିବା, ରାତି ଦିନ ହଳିଆଙ୍କ ପରି ଲୋକମାନଙ୍କର ସେବା କରିବି ଏହା ହିଁ ମୋର ପ୍ରତିଶ୍ରୁତି ବୋଲି କହିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗୁରୁଜନ ଓ ଭାଇ ଓ ବନ୍ଧୁ ମାନଙ୍କୁ ଅନୁରୋଧ କରିଛନ୍ତି ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ମୁଁ ଆପଣମାନଙ୍କ ପାଇଁ କିଛି କାମ କରିପାରିବି । ତେଣୁ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା