
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଆସନ୍ତାକାଲି ତଥା ସୋମବାର ଦିନ ଠାରୁ ‘ମୋ ନିବେଦନ’ ଜରିଆରେ ଅନ୍-ଲାଇନ ମାଧ୍ୟମରେ କାର୍ଯ୍ୟକାରୀ ଆରମ୍ଭ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଭିଡିଓକନଫ୍ରେସିଂ ଦ୍ଵାରା ଯୋଗାଯୋଗ କରାଯାଇପାରିବ ବୋଲି କୁହାଯାଇଛି । ଜନସାଧାରଣ ସିଧାସଳଖ ଭାବେ ଜିଲ୍ଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନିଜ ଅଭିଯୋଗ ଜଣାଇପାରିବେ । ଏହାର ଆଶୁ ଫଇସଲା ମଧ୍ୟ କାର୍ଯ୍ୟାନୁଷ୍ଠାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ନିର୍ଭରସୂତ୍ରରୁ ଜଣାଯାଇଛି ।