ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୬ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ ୫ମ ବ୍ରହ୍ମପୁର ମହାନଗର ମହୋତ୍ସବ । ଏ ନେଇ ସ୍ଥାନୀୟ ସର୍କିଟ ହାଉସ ପରିସରରେ ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ମହୋତ୍ସବର ଲୋକଙ୍କୁ ଉନ୍ମୋଚନ କରିଥିଲେ । ଗତ ୪ବର୍ଷ ଧରି ରେଶମ ସହରରେ ମହାନଗର ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି । ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବକୁ ବହୁ ଆଡମ୍ବର ତଥା ସଫଳତାର ସହ ସମ୍ପୂର୍ଣ୍ଣ କରିବାକୁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଥିଲେ । ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପଞ୍ଚମ ମହାନଗର ମହୋତ୍ସବ ପାଞ୍ଚ ଦିନ ଧରି ଆୟୋଜିତ ହେବ । ପ୍ରତ୍ୟେକ ସନ୍ଧ୍ୟାରେ କଳା ଓ ସଂସ୍କୃତିର ବିକାଶ ପାଇଁ ପଦକ୍ଷେପ ନିଆଯିବାକୁ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା