

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ତା-୨୮ ରିଖ ଗୁରୁବାର ଦିନ ବ୍ରହ୍ମପୁର ମହାନଗର ନିଗମ ବାସିନ୍ଦାଙ୍କ ନିମନ୍ତେ ଉଦ୍ଧିଷ୍ଟ ତଥା ବହୁ ପ୍ରତିକ୍ଷିତ ଜାନିବିଲ ଜଳଯୋଗାଣ ପ୍ରକଳ୍ପ(ଅଟକଳ ମୂଲ୍ୟ ୪୯୮ କୋଟି ଟଙ୍କା)ର ଶୁଭ ଉଦଘାଟନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆଜି ସନ୍ଧ୍ୟା କମାପଲ୍ଲି ସ୍ଥିତ ପୂର୍ତ୍ତ ଡାକବଙ୍ଗଳା ଠାରେ ମହାନଗର ସଭାପତି ଶ୍ରୀ ବିଜୟ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା-୨୮ ରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତ ଅବସରରେ ବିଜେଡି ପରିବାରର ସମସ୍ତ ଯୁବ, ଛାତ୍ରଛାତ୍ରୀ, ମହିଳା, ସଂଖ୍ୟା ଲଘୁ ଓ ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ପିଡବଲ୍ୟୁଡି ଆଇବି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଊ ପଟ୍ଟନାୟକ ଯୋଗଦେଇ ବିଜୁ ପରିବାରର ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି ଯେ ସମସ୍ତେ ଯେପରି ଅଧିକରୁ ଅଧିକ ଲୋକଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା । ଆଜିର ଏହି ବୈଠକରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଊ ପଟ୍ଟନାୟକ, ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ ଡଃ ପ୍ରଦୀପ ପାଣିଗ୍ରାହୀ ମହୋଦୟ, ବିଡିଏ ଅଧକ୍ଷ୍ୟ ଶ୍ରୀ ସୁବାସ ମହାରଣା, ବିକ୍ରମ ପଣ୍ଡାଙ୍କ ସମେତ ଜିଲ୍ଲା ମହିଳା, ସଭାପତି ମହାନଗର ମହିଳା, ଯୁବ,ଛାତ୍ର, ସଂଖ୍ୟା ଲଘୁ ଓ ବିଜୁ ପରିବାରର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ସାଧାରଣ ସମ୍ପଦକ ପ୍ରମୋଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


