

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତଥା ୩୦/୦୫/୧୯ ରିଖ ଗୁରୁବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର ସାମ୍ବାଦିକମାନଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ବେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ଦଶମ ଥର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର କାର୍ଯ୍ୟକ୍ରମରେ ବ୍ରହ୍ମପୁର ବୈଦୁତିକ ଓ ଛାପା ଗଣମାଧ୍ୟମର ୧୫ ଜଣ ସାମ୍ବାଦିକ ରକ୍ତଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଫ୍ରଫେସର ରାଧାମାଧବ ତ୍ରିପାଠୀ(ଡିନ ଓ ଅଧ୍ୟକ୍ଷ,ଏମ୍.କେ.ସି.ଜି.), ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବିଜୟ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଶ କୁମାର ବେହେରା, ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ମୁଖ୍ୟ ସୁଧିର ରାଉତ, ରେଞ୍ଜର ଏ.ରାଜାରାଓ ସୁବୁଦ୍ଧି, ବରିଷ୍ଟ ସାମ୍ବାଦିକ ରବି ରଥ, ଶିଶିର କୁମାର ପାଣିଗ୍ରାହୀ, ପ୍ରକାଶ ପାଣିଗ୍ରାହୀ, ଶିବ ଦାସ, ବ୍ରହ୍ମପୁର ପ୍ରେସ୍ କ୍ଲବ୍ ର ସଂପାଦକ ଚିରଞ୍ଜିତ ରାଜଗୁରୁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସାମ୍ବାଦିକ ବନ୍ଧୁମାନଙ୍କ ଏଭଳି ନାଆରା ରକ୍ତ ଦାନ ସମାଜ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରୁଥିବା କହିଥିଲେ ।ରକ୍ତ ଭଣ୍ଡାର ବିଭାଗୀୟ ମୁଖ୍ୟ ଅଧିକାରୀ ଡା. ଆର.କେ ମିଶ୍ର (ଟ୍ରାନ୍ସଫୁଜିୟନ ମେଡିସିନ ବିଭାଗ), ଡା.ସସ୍ମିତା ବେହେରା, ଡା.ରଶ୍ମିତା ପାଣିଗ୍ରାହୀ, ଡା.ଏ.କେ.ମିଶ୍ର, ଡା.ପି.କେ ରଥ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ରକ୍ତ ଦାତାଙ୍କ ମଧ୍ୟରେ ଚିରଞ୍ଜିତ ରାଜଗୁରୁ, ଆଶୀର୍ବାଦ ରାଉତ, ବିଶ୍ବନାଥ ମହାରଣା, ଦିନେଶ ପଟ୍ଟନାୟକ, ଡି.ଗୋପାଳ କୃଷ୍ଣ ରେଡି, ଫିନୋଜ ପ୍ରଧାନ, ଦିପକ କୁମାର ପଣ୍ଡା, ସିମାଞ୍ଚଳ ସାହୁ, ସମିର ରଥ, କୁନା ମିଶ୍ର, ଦିଗାମ୍ବର ମହାରଣା, ପ୍ରହ୍ଲାଦ ସାହୁ, ପ୍ରସନ୍ନ କୁମାର ସାହୁ, ଜଗନ୍ନାଥ ସାହୁ ଓ ସତ୍ୟ ଚେତନ ପରିଡା ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲିପ୍ କୁମାର, ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝି,ସଞ୍ଜୟ ପାତ୍ର, ବନମାଳୀ ପ୍ରଧାନ, ସନିଆ ଗୈ।ଡ, ବି.ସୂର୍ଯ୍ୟନାରାୟଣ ପାତ୍ର, ଦିପକ ପାତ୍ର, ମହିଳା ସମିତିର ସଭାନେତ୍ରୀ ମମତା ଚୈ।ଧୁରୀ,ସଂପାଦିକା ରୁବି ଖେମାଣୀ ଓ ନେଚର୍ସ ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ସମସ୍ତ ୧୦ ଗୋଟି ଶିବିରରେ ସମୁଦାୟ ୧୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା










