ଆସିକା ପୂର୍ବତନ ସାଂସଦ ତଥା ଲଢୁଆ ସିପିଆଇ ନେତା ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ୯୭ ବୟସରେ ପରଲୋକ : ରାଜ୍ୟସାରା ଶୋକର ଛାୟା….

ଆସିକା (ସମୃଦ୍ଧ ଓଡ଼ିଶା) ବିଶିଷ୍ଟ ବାମପନ୍ଥୀ ନେତା ତଥା ଆସିକାର ପୂର୍ବତନ ସାଂସଦ ଦ୍ୱିତୀକୃଷ୍ଣ ପଣ୍ଡାଙ୍କର ଆଜି ଭୋରରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା । ସେ ଗତ ଦୁଇ ବର୍ଷଧରି ଧରି ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବରିଷ୍ଠ ସିପିଆଇ ନେତା ଦ୍ୱିତୀକୃଷ୍ଣ ପଣ୍ଡା ୧୯୭୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ଅବଶ୍ୟ ତାହା ଆସିକା ଲୋକସଭା ଆସନ ନାଁରେ ନାମିତ ନଥିଲେ । ସେତେବେଳେ ତାହା ଭଞ୍ଜନଗର ଲୋକସଭା ସିଟ୍‌ ଥିଲା । ୧୯୯୦ ମସିହାରେ ସେ ଆସିକା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ । ଆସିକାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି ।ବର୍ଷୀୟାନ୍‌ କମ୍ୟୁନିଷ୍ଟ୍‍ ନେତା କମ୍ରେଡ୍‌ ଦୂତୀକୃଷ୍ଣ ପଣ୍ଡା ଭୋର୍‌ ୫: ୧୫ ମିନିଟ୍‌ରେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍‌ପିଟାଲରେ ତାଙ୍କର ଦେହାନ୍ତ ହେବା ପରେ ସର୍ବସାଧାରଣଙ୍କ ଦର୍ଶନାର୍ଥେ ତାଙ୍କ ପାର୍ଥିବ ଶରୀରକୁ ସକାଳ ୯: ୩୦ ରୁ ୧୦: ୩୦ ଯାଏଁ ‘ଏଆଇଟିୟୁସି’ ଅଫିସରେ ରଖାଯିବା ପରେ ତାଙ୍କର ପାର୍ଥିବ ଶରୀରକୁ ସିପିଆଇ ରାଜ୍ୟ ମୁଖ୍ୟାଳୟ ଭଗବତୀ ଭବନରେ ପୂର୍ବାହ୍ନ ୧: ୩୦ରୁ ମଧ୍ୟାହ୍ନ ୧୨ଟା ଯାଏଁ ରଖାଯିବ। ଆସ୍କା ଠାରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ । ଦୂତିକୃଷ୍ଣ ‘ସିପିଆଇ’ ରାଜ୍ୟ ସଚିବ, ‘ଏଆଇଟିୟୁସି’ର ରାଜ୍ୟ ସଭାପତି ଆଦି ପଦବୀରେ ଅଧିଷ୍ଠିତ ଥିଲେ । ‘ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଙ୍ଘ’ର ସେ ଥିଲେ ପ୍ରତିଷ୍ଠାତା ସଭାପତି । ସେ ଥିଲେ ମିଷ୍ଟ ଭାଷୀ, ସାଧାରଣ ଜନତାଙ୍କ ନେତା ଓ କର୍ମବୀର । ତାଙ୍କ ପରଲୋକରେ ବହୁ ସାଧାରଣ କର୍ମୀ ମ୍ରିୟମାଣ ହୋଇପଡିଛନ୍ତି । ତାଙ୍କର ଅନେକ କର୍ମୀ ଶୁଭେଛୁ ଶୋକ ପ୍ରକାଶ କରିଛନ୍ତି । ସମୃଦ୍ଧ ଓଡିଶା ଖବର କାଗଜ ପକ୍ଷରୁ ତାଙ୍କ ଆମର ଆତ୍ମାର ସଦଗତି କାମନା କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା