
ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସକୁ ସୁଦୃଢ କରିବା ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଭୂମିକା ଅତୁଳନୀୟ । ସେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କ ହୃଦୟର ରାଜା ସାଜିଛନ୍ତି ଓ ଲୋକଙ୍କୁ ସେମାନଙ୍କ ସମସ୍ତ ପ୍ରକାର ସୁବିଧା ଅସୁବିଧାରେ ସାହାଯ୍ୟ ସହଯୋଗ ପ୍ରଦାନ କରି ଚାଲିଛନ୍ତି । ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ନବ ନିଯୁକ୍ତି ମ୍ୟୁନିସପାଲଟି, ବିଜ୍ଞାପିତ ଅଞ୍ଚଳ ପରିସଦ ଓ ବ୍ଲକ ସଭାପତିଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଓ ନିଷ୍ଠାର ସହ କାର୍ଯ୍ୟ କରି ଦଳୀୟ ସଂଗଠନକୁ ମଜଭୂତ କରି ତାହାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ବୋଲି ଆଶା ପ୍ରକାଶ କରିଛନ୍ତି ।
