ଆସିଲାନି ଆମ୍ବୁଲାନ୍ସ:୮ କି.ମିି ବୁହାହୋଇ ମେଡିକାଲ୍ ଗଲେ ରୋଗୀ

ରାୟଗଡା(ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ପାରାମାଳି ଗ୍ରାମର ପୁଲୁକା ଶୀକକା କିଛି ଦିନ ହେଲା ରୋଗରେ ପୀଡିତ ଥିଲେ । ଗତକାଲି ରାତିରୁ ତାଙ୍କ ଗୋଡ଼ହାତ ଫୁଲି ଯିବା ସହ ଚଲାବୁଲା କରି ନପାରିବାରୁ ଏବଂ ରୋଗ ଅସମ୍ଭାଳ ହେବାରୁ ଗାଁ ଲୋକେ ଆଜି ତାଙ୍କୁ ଏକ କମ୍ବଳ ସାହାଯ୍ୟରେ ଭାରକରି ଦୀର୍ଘ ୮ କିଲୋମିଟର ବାଟ ଟାଣ ଖରାରେ ଚାଲିଚାଲି କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ବର୍ତମାନ ସେ ଚିକିତ୍ସାଧିନ ରହିଛନ୍ତି । ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କହିବା ପରେ ଶେଷରେ କୌଣସି ଉପାୟ ନପାଇ ଭାର ସାହାଯ୍ୟରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ। ଅନ୍ୟପଟେ ଦୀର୍ଘ ୨ ମାସ ହେଲା ଏହି ବ୍ଲକରେ ଥିବା ୧୦୨ ଆମ୍ବୁଲାନ୍ସ ଚାଲୁନି ଅଚଳ ହୋଇ ଗ୍ୟାରେଜ ପଡ଼ି ରହିଛି । ଫଳରେ ରୋଗୀ ସେବା ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି ।