ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହିଳା ମହାବିଦ୍ୟାଳୟର ବରିଷ୍ଠ କିରାଣୀ ତରଣୀ କୁମାର ଭୂୟାଁଙ୍କୁ ଆୟ ବର୍ହିଭୁତ ମାମଲାରେ ଭିଜିଲାନ୍ସ ଆଜି ଗିରଫ କରିଥିବା ଜଣାଯାଇଛି । ଗତ ବୁଧବାର ଦିନତମାମ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନୂଆବଜାର ବାସଭବନ, ପୈତୃକ ଘର ଆରୁହା, ଶ୍ୱଶୁର ଘର ଖାଲିନା, ମହିଳା ମହାବିଦ୍ୟାଳୟ ଓ ତାଙ୍କ ପତ୍ନୀ ରେଣୁବାଳା କରଙ୍କ ବିଜାତଳା ବ୍ଲକ ଅଧିନସ୍ଥ ଲୁଲାସିଳା ଉଚ୍ଚ ବାଳିକା ବିଦ୍ୟାଳୟସ୍ଥିତ ବାସଭବନ ତଲାସୀ କରିଥିଲେ । ଅଧିକାରୀମାନେ ବିଭିନ୍ନ ସ୍ଥାନରେ ମୋଟ ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଆସବାପତ୍ର ଠାବ କରିବା ସଂଗେ ସଂଗେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ, ସୁନାଅଳଙ୍କାର, ନଗଦ ଟଙ୍କା ପ୍ରଭୃତି ଜବତ୍ କରାଯାଇଥିଲା । ଏହି ମାମଲାରେ ଭିଜିଲାନ୍ସ ବିଭାଗ ତାଙ୍କ ବିରୁଦ୍ଧରେ କେସ୍ ନଂ ୨୬/୧୯ ମୂଳେ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଆଜି ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିବାପାଇଁ ଡକଯାଇଥିବା ବେଳେ ସେଠାରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍ ପି. ସୁନିଲ କୁମାର ସେବାପତି ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା