ଆୟୁଷ୍ମାନ ଭାରତ ପାଇଁ ଜନ ଜାଗରଣ କରିବ ବିଜେପି

ଭୁବନେଶ୍ୱର(ଆକାଶ ମିଶ୍ର) –   ଆୟୁଷ୍ମାନ ଭାରତକୁ ଯୋଜନା ସଂକ୍ରାନ୍ତରେ ଚଳିତ ମାସ ୩୦ତାରିଖରୁ ସାରା ରାଜ୍ୟରେ ସପ୍ତାହବ୍ୟାପୀ ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।ଶ୍ରୀ ପଣ୍ଡା କହିଛନ୍ତି ଯେ ଦଳୀୟ କାର୍ଯ୍ୟକର୍ତାମାନେ ସେପ୍ଟେମ୍ବର ୩୦ ତାରିଖ ଠାରୁ ବ୍ୟାପକ ଭାବରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଗାଁ କୁ ଗାଁ ଘରକୁ ଘର ବୁଲି ଆୟୁଷ୍ମାନ  ଆୟୁଷ୍ମାନ ଓଡ଼ିଶା ସାମିଲ ହେବା ଦାବିରେ ଦସ୍ତଖତ ସଂଗ୍ରହ କରିବେ ।ସବୁ ପଂଚାୟତ ଓ ସହରାଂଚଳରେ ବ୍ୟାପ ଆୟୁଷ୍ମାନନ୍ତ ସଭା କରି ଦୃଢ ଜନମତ ଗଢି ତୋଳିବା ପାଇଁ ଦଳ ପ୍ରୟାସ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ମୋଦିଙ୍କ ମାଗଣା ସ୍ୱାସ୍ଥ୍ୟସେବା ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ କରିବାକୁ ରାଜ୍ୟସରକାରଙ୍କୁ ବାଧ୍ୟ କରାଯିବ ।ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ଗୁରୁତର ରୋଗରେ କୌଣସି ଲୋକ ପୀଡ଼ିତ ହେଲେ ତାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆୟୁଷ୍ମାନ ଭାରତ ଯୋଜନା । ଏହି ଯୋଜନାରେ ସାରା ଦେଶରେ ସରକାରୀ ଓ ବେସରକାରୀ ଡ଼ାକ୍ତରଖାନାମାନଙ୍କରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ମିଳିପାରିବ ।ମାତ୍ର ଓଡିଶାର ଲୋକଙ୍କୁ ସଠିକ୍ ଯାଗାରେ ବିନା ମୂଲ୍ୟରେ ମୋଦିଙ୍କ ସ୍ୱାସ୍ଥ୍ୟସେବା ଯୋଜନାରେ ସୁବିଧା ଯୋଗାଇ ନଦେବା ପାଇଁ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଥିବା ଶ୍ରୀ ପଣ୍ଡା କହିଛନ୍ତି ।ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାର ଲୋକ କ୍ୟାନସର ଭଳି ଦୁରାରୋଗରେ ପୀଡ଼ିତ ହେଲେ ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ବଡ଼ ଡ଼ାକ୍ତରଖାନାମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପାଇପାରିବେ ନାହିଁ ।ରାଜ୍ୟ ବାହାରେ ଦୂର ଦୂରାନ୍ତରେ ଦାଦନ ଖଟୁଥିବା ଓ ବିଭିନ୍ନ ସଂସ୍ଥାରେ କାମ କରି ପେଟ ପୋଷୁଥିବା ଓଡ଼ିଆ ଓ ଦେଶର ବିଭିନ୍ନ ସ୍ଥାନରେ ପାଠପଢିବାକୁ ଯାଇଥିବା ଓଡ଼ିଆ ପିଲାମାନେ ଗୁରୁତର ଦେହ ଖରାପ ହେଲେ ବି ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସେମାନଙ୍କୁ ସେବା ମିଳିପାରିବ ନାହିଁ ।ରାଜ୍ୟର ଡ଼ାକ୍ତରଖାନାରେ ଅଧିକାଂଶ ସ୍ଥାନରେ ଡ଼ାକ୍ତର ନାହାଁନ୍ତି । ୧୮ଟି ଜିଲ୍ଲା ମୁଖ୍ୟାଳୟ ଡ଼ାକ୍ତରଖାନାରେ ଆଇସିୟୁ ନାହିଁ । ଅଧିକାଂଶ ମୁଖ୍ୟ ଡ଼ାକ୍ତରଖାନାରେ ନିଶ୍ଚେତକ ଡାକ୍ତରଙ୍କ ସମେତ ଅନ୍ୟ ବିଶେଷଜ୍ଞ ଡ଼ାକ୍ତର ନାହାଁନ୍ତି । ଚିକିତ୍ସା ଭିତିଭୂମିର ବି ଘୋର ଅଭାବ ରହିଛି ।