ଆଜିର ମଣିଷ, କିଛି କାର୍ଯ୍ୟ ନଥିଲେ ସେ କାହା ସହିତ ସମ୍ପର୍କ ରଖେ ନି । ଏ ସହର ସହଜେ ଉଚ୍ଚ ଶିକ୍ଷିତଙ୍କ ବାସସ୍ଥଳୀ ।ସ୍ଵାର୍ଥପରତା ଚରମ ସୀମା, ଗୋଲାମ ନଗରୀ । ଶତ ଶତ ଗାଡି ମଟର କଳ କାରଖାନାର ପ୍ରଦୂଷିତ ଧୁଆଁରେ ବାୟୁ ମଣ୍ଡଳ
ଅତ୍ୟନ୍ତ ପ୍ରଦୂଷିତ । ନଭଶ୍ଚୁମ୍ଵି ଆପାର୍ଟମେଣ୍ଟର ଶାନ୍ତ କଲିଜା ମଧ୍ୟରେ, ନିଜେ ବଞ୍ଚିଲେ ବାପାର ନାଁ’ରେ ଅପସଂସ୍କୃତିର, ଛୋଟ ପରିବାର । ଯୌଥ ପରିବାରକୁ ସେ ଘୃଣା କରେ, ଯୁଗୋପଯୋଗୀ ଚିନ୍ତାଧାରା । ନିଜର ଅନ୍ତର୍ନିହିତ ଗୁଣକୁ ବିକସିତ କରିବା ପାଇଁ ଏଠାରେ ଭର ପୁର ସୁଯୋଗ । କଥା କଥିତ ଉଗ୍ର ଆଧୁନୀକ ଚଳଣୀ । ତାର ସ୍ତ୍ରୀ କ’ଣ ସେଇ ମଫସଲ ବାୟୁମଣ୍ଡଳରେ ଓଢ଼ଣୀ ଦେଇ ଖାଣ୍ଟି ଓଡ଼ିଆଣୀ ହୋଇ, ଗୁହାଳ ଗୋଟାଇବ ! ଘଷି ଓ କାଠର ଇନ୍ଧନରେ ଏଡେ ବଡ଼ କୁଟୁମ୍ବକୁ, ରୋଷେଇ କରି ଦେବା ତାପାଖରେ ସମ୍ଭବ ହେଲେ ହେଁ, ତା ପାଇଁ ତା’ର ନା ପାଖରେ ଲାଗୁଥିବା ଡିଗ୍ରୀକୁ ଅବମାନନା କରିବା ଛଡା, ଆଉ କ’ଣ ପାଇଥାନ୍ତା ସେ ? ଇତି ମଧ୍ୟରେ ପ୍ରଫୁଲ୍ଲ ବାବୁଙ୍କର ଭଲ କମ୍ପାନୀରେ ନିଯୁକ୍ତି ମିଳି ସାରିଛି । ସ୍ତ୍ରୀ କାହିଁକି ଘରେ ବସି ବୋର୍ ହେବେ । ସୁଯୋଗ ଯଦି ଅଛି, ହାତ ଛଡା ଅବା କରିବ କାହିଁକି ? ସହର ଯାଗାରେ ପାଣି ଠାରୁ ନିଆଁ ସବୁ କିଣା । ଝିଅଙ୍କୁ ଭଲ ସ୍କୁଲରେ ନପଢାଇଲେ ସମ୍ମାନ ନିଶ୍ଚିତ ହାନୀ ହେବ । ତେବେ ଆଜି କାଲିତ, ସରକାରୀ ସ୍କୁଲରେ ପାଠ ପଢା ନାହିଁ କହିଲେ ଚଳେ । ରୋଷେଇ,ଚିଠି, ଖାତା ପତ୍ର ଦେଖିବାରେ ସମୟ ଯାଉଛି, ସମୟ କାହିଁ ପାଠ ପଢ଼ାଇବା ପାଇଁ । ଇଂରାଜୀ ସ୍କୁଲରେ ପଢିଲେ ସିନା, ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରୀ କରି ବିଦେଶରେ ରହି ଚାକିରୀ କରିଵ । ଏହା ସମସ୍ତଙ୍କର ଇଛା ବୋଧେ । ନୂତନ ଆପାର୍ଟମେଣ୍ଟରେ ପାଦ ଥାପୁ ଥାପୁ, ସ୍ତ୍ରୀ ଲୋକଟି ଅତି ଆଦରରେ ଲଗେଜ ଗୁଡାକ ନେଇ ରୁମ୍ ରେ ଥୋଇ ଦେଲା । ଆଧୁନିକ ସହର ପାଇଁ ଏଇ ଭଳି ତଳ ସ୍ତରର ଲୋକ ମାନେ, ରୋମ ସାମ୍ରାଜ୍ୟ ପରି ନୂତନ ଭାବେ ଗଢିବା ପାଇଁ ନିହାତି ଆବଶ୍ୟକ । ହେଲେ ହେଁ ଆମ ମନରେ ସେମାନଙ୍କ ପାଇଁ, ଉଚ୍ଚ
ନୀଚ୍ଚ ଭାଵନାରେ ମସ୍ତିସ୍କ ଭାରାକ୍ରାନ୍ତ । ନିହାତି ପର, ହେଲେହେଁ ନିଜ ଲୋକ ବି ଏପରି ହେଵେ ନାହିଁ । ସମ୍ପର୍କର ନିଖୁଣ ସତ୍ୟକୁ ଖୋଜୁ ଖୋଜୁ, ତା’ ପରି ମମତା, ସଚ୍ଚୋଟପଣିଆ, ରୂପ ଗୁଣରେ ଅତୁଳନୀୟ, ନିଜ ପରର ଅମିମାଂସିତ ପ୍ରଶ୍ନର ଉତ୍ତର ସେ ଖୋଜିଥିଲେ ନିଜ ଭିତରେ,ମଣିଷର ଵିଵଷତାରେ, ଆତ୍ମ ଚେତନାର କଷଟି ପଥରରେ । ଭାଲୁ, ହାତୀ, ବାଘ ଭଳି ହିଂସ୍ରଜନ୍ତୁ ମାନଙ୍କୁ ସ୍ନେହ ଦେଲେ, ସେମାନେ ନିଜର ହୋଇଯାଆନ୍ତି । ସିଏତ ଜଣେ ମଣିଷ, ସ୍ନେହ ଆଦର ପାଇଲେ, ନିଜ ଲୋକଙ୍କ ଠାରୁ ଅଧିକ ଆପଣାର ଓ ବିଶ୍ଵସ୍ତ ହୁଅନ୍ତି । ପରକୁ ଆପଣାର କରିବାରେ ଯେଉଁ ଆନନ୍ଦ, ପ୍ରଫୁଲ୍ଲ ବାବୁ ଵେଶ୍
ବୁଝି ଛନ୍ତି । ପାପ କ’ଣ ଆଉ ପୂଣ୍ୟ କ’ଣ । ଚାହାଳିକୂ ଅରୁଆ ଚାଉଳ ନେଇ ନଥିଵା ଲୋକଟି ଏତେ ଭଲ ଭାବରେ ହିନ୍ଦୀ ଭାଷାକୁ କିପରି ଅନର୍ଗଳ କହିପାରୁଛି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ତା ମୁଖରୁ ଅନର୍ଗଳ ହିନ୍ଦୀ ଭାଷାରେ କଥାଶୁଣି ନିଜେ ପ୍ରଫୁଲ୍ଲ ବାବୁ ଲଜ୍ଜିତ ହୁଅନ୍ତି । କାରଣ ଏତେ ଦିନ ହିନ୍ଦୀ ମଧ୍ୟମରେ କଥା ହୋଇ ମଧ୍ୟ, ତାଙ୍କ ଭଳି ଉଚ୍ଚ ଶିକ୍ଷିତ ଲୋକ ମଧ୍ୟ ଏପରି ସ୍ପଷ୍ଟ ଉଚ୍ଚାରଣରେ କଥା ହୋଇପାରିନି, ଏହାଠାରୁ ଲଜ୍ଜିତ କଥା କ’ଣ ହୋଇପାରେ । ଦିନ ପରେ ଦିନ ଗଡିଯାଏ ।ଆଜି ମନ ଭଲ ନାହିଁ । ଚାରି’ଟାରେ ଫ୍ଲାଇଟ୍ ଅଛି, ମମତା’କୁ ବିମାନ ବନ୍ଦରରେ ଛାଡ଼ିବାକୁ ହେବ । କମ୍ପାନୀ ଚାକିରୀ, ପର ପାଖରେ ମୁଣ୍ଡ ଵିକିବା ନ୍ୟାୟ ଅନେକ ଅଜଣା ଭୟରେ ପୁଣି ଆମେରିକା ଯିବା ତାର ପ୍ରଥମ ଅନୁଭୂତି ଶଙ୍କାଗ୍ରସ୍ଥ । ଯେତେ ଶିଖିତ ହେଲେ ମଧ୍ୟ, ନୂଆ ଜାଗାକୁ ପ୍ରଥମେ ଗଲେ ମନରେ କେତେ ଅଜଣା ଆଶା ଆଶଙ୍କା ଆସିଵା ସ୍ବାଭାବିକ । ଗଲା ବେଳେ ମମତା’ର ଆଖିରେ ଲୁହ ସ୍ଵତଃ ଜକେଇ ଆସିଲା । ବାପ ଝିଅ ଆଉ କାମଵାଲି ରେଣୁର ମୁହଁକୁ ଅନେଇ, ଭୋଭୋ ହୋଇ କାନ୍ଦି ଉଠିଲା ମମତା, ୟାକୁ ହିଁ ଇଂରାଜୀରେ କହନ୍ତି, ଆଟାଚ୍ଚମେଣ୍ଟ । ଆମର ପଛେ ଡେରି ହୋଇ ଯାଏ କିନ୍ତୁ ତା’ର କେଵେ ଛାଡିବା, ଆଣିଵାରେ ଅବହେଳା ହୁଏନା ସମୟଵର୍ତ୍ତୀତାର ମୂର୍ତ୍ତିମନ୍ତ ଅଵତାର । ତାର ହାତ ତିଆରି ଟିଫିନ୍, ସେ ହାତ ଚାପି ଖାଇ ଦିଏ ସାମାନ୍ୟ ତମ ଅବହେଳା କରିନି, ସମୟାନୁଵର୍ତ୍ତୀତା ତା’ଠାରୁ ଶିଖିବାକୁ ପଡ଼ିବ । ବାବୁଙ୍କର କେତେ ବେଳେ କ’ଣ ଖାଇବାକୁ ଇଛା ହୁଏ, ରେଣୁ ମନ ଜାଣି ପରଷେ । କି ସ୍ଵାଦ ତାର ହାତ ରନ୍ଧଣାରେ।ହାତ ଚାଟି ଖାଇଵ ।ବିଦେଶରେ ଥାଇ ମଧ୍ୟ ମମତା ଭିଡିଓ କଲିଙ୍ଗ କରି, ପ୍ରଫୁଲ୍ଲ ଙ୍କ ସହିତ କଥା ହୁଏ । ପାଖରେ ଥିବା ଭଳି ଲାଗେ । ଝିଅ ସଙ୍ଗେ ଆଉ ରେଣୁ ସଙ୍ଗରେ ମଧ୍ୟ । ଏଇତ ବିଜ୍ଞାନର କମାଲ । ବିଶ୍ଵ ଆଜି ଏଥିପାଇଁ ଏକାକାର, ଗୋଟିଏ ହୋଇ ଯାଇଛି ।
ସମୟ ସଦାବେଳେ ସମାନ ଯାଏନି । ଦିନେ ପ୍ରଫୁଲ୍ଲ ଵାବୁଙ୍କର ଦେହ ବହୁତ ବିଗିଡି ଗଲା । ପରଦେଶରୈ ଥାଇ ମମତାଙ୍କ ଚିନ୍ତା ବଢ଼ିଗଲା । ଦେହ ଖରାପ ହେଲେ ଆପଣାର ଲୋକ ମାନେ ବହୁତ ମନେ ପଡନ୍ତି । ରେଣୁ କି ସମ୍ଭାଳିବା ଲୋକ, ଦେହ ମୁଣ୍ଡରେ ଟିକିଏ ଆଉଁସି ଦେଵା ପାଇଁ ଇଛା ହୁଏ । ବାବୁଙ୍କର ଇଛା ସେଇଆ, ହେଲେ କାଳେ ରେଣୁ ଖରାପ ଭାବିବି ସେ”ମନର କଥା କହିପାରନ୍ତିନି”। ତାର ହାତର ଯାଦୁ ଭଳି, ଅଳ୍ପ ସମୟ ତେଲ ମାଲିଶ୍ କଲାପରେ ଦେହ ହାଲୁକା ଲାଗିଲା । ପ୍ରଫୁଲ୍ଲ ବାବୁ ପ୍ରଫୁଲ୍ଲିତ ହୋଇଗଲେ । ଶାସ୍ତ୍ରରେ ଲେଖା ଅଛି ଯେଉଁ ବନ୍ଧୁ ମାଲିମକଦ୍ଦମା ଵେଳେ କିମ୍ବା ସମସ୍ୟା ଭୂମିରେ, ଅସଭ୍ୟ ଵେଳେ ଛିଡ଼ା ହୁଏ, ସେ ହିଁ ପ୍ରକୃତ ଵନ୍ଧୁ । ପାପ ପୂଣ୍ୟର ନିକିତିରେ, ଅନେକ କଥା ଭୁଲି ହୁଏ ନି । ବନ୍ଧୁତ୍ୱର ପରିଭାଷା ସ୍ଥାନ କାଳ ପାତ୍ରରେ ବଦଳି ଯାଏ । ନିଜର ଲୋକଠୁ ଯାହା ମିଳେନି, ଯଦି ଅପର ଲୋକ ପବିତ୍ର ମନରେ, ମମତାର ପିୟୁଷ ଢାଳି ଦେଲା, ସେଥିରେ ପାପ ନଥାଏ ପୂଣ୍ୟ ଥାଏ । ସେବା ମହା ପୂଣ୍ୟ, ଦେବାରେ ଆନନ୍ଦ । ଯେଉଁ ସେଵିକା, ଚିକିତ୍ସାଳୟରେ, ମନ ପ୍ରାଣ ଦେଇ ସେଵାରେ ନିଜକୁ ହଜେଇ ଦିଏ, ଏ ସମାଜ ପ୍ରକାରାନ୍ତରେ ତାକୁ ମାନସିକ ଆଘାତ ଦିଏ । ସେବାର ଅମର୍ଯ୍ୟଦା କରେ । ପ୍ରାପ୍ତିର ଆଶା ନ ରଖୁ, ଦୈହିକ କିମ୍ବା ମାନସିକ ସ୍ଥରରେ ଦୁଇ ହୃଦୟର ମିଳନରେ, ପରମ ଆନନ୍ଦ ପ୍ରାପ୍ତି ହୁଏ । ଦେହର କ୍ଷୁଧା ମନର ପାପର ଅର୍ନ୍ତଦ୍ଵନ୍ଦ ମଧ୍ୟରେ ନିଷ୍ଠାପର ଶରୀର ବେଳେ ବେଳେ ଵଳିପଡି ଯାଏ । ଏହାହିଁ ଶ୍ରେଷ୍ଠ ପ୍ରାଣୀ ମାନବର ଵିଵସତା । ପ୍ରେମ ମମତାର ରଜ୍ଜୁ କେତେ ପାକଳ ସତେ । ମୀରାଵାଈ ଦିନେ ସମ୍ରାଟ ଏବଂ ରାଜ ଉଆସର ସମସ୍ତ ସୁଖ ସ୍ୱଚ୍ଛନ୍ଦ, ଅମାପ ଧନ ସମ୍ପଦକୁ ପଛରେ ପକାଇ, ଗିରିଧାରୀ ନାଗରଙ୍କୁ, ସ୍ଵାମୀ ଆସନରେ ନିଜକୁ ସମର୍ପଣ କରି, କୃଷ୍ଣ ପ୍ରେମ ଭଜନରେ ମଜ୍ଜି ଯାଇ ପରମ ତୃପ୍ତି ଲାଭ କରିଥିଲେ । ବୁଦ୍ଧତ୍ଵ ପ୍ରାପ୍ତି ପରେ, ଅନ୍ତିମ ଵୟସରେ ବେଳକୁ ବୁଦ୍ଧ ଦେବ ଆମ୍ରପଲ୍ଲୀର, ପ୍ରେମରେ ଭାସି ଯାଇ, ସମାଲୋଚନାର ସାରଵ୍ୟ ହେବାକୁ ପଡ଼ିଥିଲା । ସେତ ଭଗବାନ! ପ୍ରଫୁଲ୍ଲ ବାବୁ ଭଗବାନ ନହେଲେ ମଧ୍ୟ, ରେଣୁର ସେବାରେ, ହୃଦୟ ଭରି ଭଲ ପାଇଵାରେ ଯେଉଁ ଉତ୍ସର୍ଗକୃତ ଭଲ ପାଇବା ଥିଲା, ଵୁଦ୍ଧ, ଯୀଶୁ, କୃଷ୍ଣ, ରାମ ରହିମଙ୍କର ମାନଵବାଦର ପ୍ରେମ କୌଣସି ଗୁଣରେ, ତାଙ୍କ ପାଇଁ କମ୍ ନଥିଲା ? ଶ୍ରେଣୀରେ ଦୁଇଜଣ ପ୍ରଥମ ହେଲେ, ଯେପରି ଶିକ୍ଷକଙ୍କୁ, ଖାତାର ଉତ୍ତର, ଦ୍ଵନ୍ଦରେ ପକାଏ । କାହାକୁ ସର୍ବୋଚ୍ଚ ସ୍ଥାନରେ ରଖିବେ, ସେହିପରି, ଅପ୍ରିୟ ସତ୍ୟକୁ ପ୍ରଫୁଲ୍ଲ ବାବୁ ପ୍ରକାଶ ନକଲେ ମଧ୍ୟ, ସ୍ତ୍ରୀର ସ୍ଥାନ ସଵାର୍ଗେ ଶିର୍ଷ ସ୍ଥାନରେ ଥିଲେ ମଧ୍ୟ, ଭକ୍ତି, ସେବା ପୂଜାରେ ଫଳପ୍ରାପ୍ତି ନିମୀତ, ଏ ମହୀତଳେ ଅସମ୍ଭବ ବୋଲି କିଛି ନାହିଁ ଵୋଲି ଧାରଣା ଦୃଢ଼ ହେଲା । ଭକ୍ତି, ପ୍ରେମ, ସେବା ଦ୍ଵାରା, ସାଧାରଣ ଅପାଠୋଇ ସାଧାରଣ ସ୍ତ୍ରୀ ଟିଏ, ତାଙ୍କର ସୂକ୍ଷ୍ମତି ସୂକ୍ଷ୍ମ ଭାଵ ଧାରାରେ, କେମିତି ଶୀର୍ଷ ସ୍ଥାନ ମାଡି ବସିଥିଲା । ପ୍ରଫୁଲ୍ଲ ଵାବୁ, ସେକଥା ଅନ୍ତରରେ ଲୁଚାଇ ରଖିଲେ ମଧ୍ୟ, ପରୋକ୍ଷରେ ସେଇ ଅପାଠୋଇ କାମଵାଲିକୁ, ଅଲକ୍ଷରେ ହୃଦୟରେ ସର୍ବୋଚ୍ଚ ସ୍ଥାନ ଦେଇ ସାରି ଥିଲେ । ଏହା ତାଙ୍କ ପାଇଁ ଅପ୍ରିୟ ସତ୍ୟ, ସତ୍ୟର ଆଳାପ ମାତ୍ର । ଈଶ୍ୱରଙ୍କର ଆଵେଗିକ ସଂଯୋଗ ଛଡ଼ା ଆଉ କ’ଣ ହୋଇପାରେ ତାଙ୍କ ପାଇଁ । ଏକଥା ଭାବି ସେ ଭାବ ପ୍ରବଣରେ,ଏକ ଆଲୋକିକ ଉନ୍ମାଦନାରେ ଅନ୍ୟ ମନସ୍କ ହୋଇଗଲେ ।
ଵସନ୍ତ କୁମାର ସାହୁ
ଦେଉଳି, ଖୋର୍ଦ୍ଧା