

ଛତ୍ରପୁର (ସମୃଦ୍ଧ ଓଡିଶା) ଇନର ହୁଇଲ କ୍ଳବ ଓ ଆରଏନଟିସିପି (RNTCP)ର ମିଳିତ ସହଯୋଗରେ ଆମ୍ବଗଡ ଗ୍ରାମରେ ଏକ ଯକ୍ଷ୍ମା ରୋଗ ଏବଂ ଅନ୍ୟାନ୍ୟ ରୋଗ ଚିହ୍ନଟ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିବି (TB) ରୋଗର ଲକ୍ଷଣ ଓ ଚିକିତ୍ସା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହାସହ ଲକ୍ଷଣ ଥିବା ଲୋକଙ୍କ କଫ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯକ୍ଷ୍ମା ପରିଦର୍ଶକ(STS) ସରୋଜ ଦା, ସରପଞ୍ଚ ବିଷ୍ନୁପ୍ରିୟା ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ସ୍ଵର୍ଣ୍ଣଲତା ଦାଶ, ଅଧ୍ୟକ୍ଷ ସୋନାଲି ହାଜରା, ଇନର ହୁଇଲ କ୍ଲବର ସମ୍ପାଦିକା ଅମିତା ଦାଶଙ୍କ ସମେତ ଇନର ହୁଇଲ କ୍ଲବର ସମସ୍ତ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା


