


ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ମଜଦୁର ସଭା ପକ୍ଷରୁ ୬୯ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ସକାଳ ୯ ଘଟିକା ସମୟରେ ମଜଦୁର ସଭା ର ସହରାଞ୍ଚଳ କାର୍ଯ୍ୟାଳୟ ପରିସରରେ ସଭାପତି ଶଶଧର ନାୟକ ସଂଗଠନ ର ପତକା ଉତ୍ତୋଳନ କରିଥିଲେ ଓ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ପ୍ରତିଷ୍ଠା ଦିବସକୁ ଇସ୍ପାତ ଶ୍ରମିକ ଙ୍କ ସ୍ବାର୍ଥ ରକ୍ଷା ନେଇ ସଂକଳ୍ପ ଦିବସ ଭାବରେ ପାଳନ କରିବାକୁ ଆହ୍ବାନ କରିଥିଲେ। ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ଓ ସଂଗଠନ ର ଉପଦେଷ୍ଟା ପ୍ରଭାକର ଚମ୍ପତିରାୟ ଏହି ଅବସରରେ ସାଂପ୍ରତିକ ଅବସ୍ତାରେ ମଜଦୁର ସଭା ର ଭୂମିକା ନେଇ ଅଭିମତ ପ୍ରକାଶ କରିଥିଲେ।ସ଼ଂଗଠନ ର ବରସୁଆଁ ଲୌହଖଣି ଶାଖା କାର୍ଯ୍ୟାଳୟରେ ଭାରପ୍ରାପ୍ତ ସଂପାଦକ ରାଜେଶ ବେହେରା ଓ ଅନ୍ୟ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ପଦ୍ମଲୋଚନ ପରିଡା ପତକା ଉତ୍ତୋଳନ କରିଥିଲେ। ସଂଧ୍ୟା ୭ ଘଟିକା ସମୟରେ ମଜଦୁର ସଭା କାର୍ଯ୍ୟାଳୟ ସି/୮ ସେକ୍ଟର/୬ ରାଉରକେଲା ପରିସରରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ସମାରୋହରେ ରାଉରକେଲା ମଜଦୁର ସଭା ସମେତ ହିନ୍ଦ୍ ମଜଦୁର ସଭା ସହବନ୍ଧିତ ବିଭିନ୍ନ ଶ୍ରମ ସଙ୍ଗଠନର କର୍ମକର୍ତ୍ତା କର୍ମୀ, ରାଉରକେଲା ଇସ୍ପାତ କାରଖାନା ର ବିଭିନ୍ନ ବିଭାଗ ରେ ଓ ଫେରୋସ୍କ୍ରାପ ନିଗମ ରେ କାର୍ଯ୍ୟରତ ବହୁ କର୍ମଚାରୀ ଓ ଠିକା ଶ୍ରମିକ ଯୋଗ ଦେଇଥିଲେ। ସଭାପତି ଶ୍ରୀ ନାୟକ ଏହି ସମାରୋହରେ ଅଧ୍ୟକ୍ଷତା କରିଥିବା ସ୍ଥଳେ ବରିଷ୍ଠ ଶ୍ରମିକ ନେତା ପ୍ରଭାକର ଚମ୍ପତିରାୟ, ହରେକୃଷ୍ଣ ପାଢ଼ୀ, ମଜଦୁର ସଭା ର କାର୍ଯ୍ୟକାରୀ ସଭାପତି ଅସିତ ଦାସ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ମଞ୍ଚାସିନ ଥିଲେ। ପ୍ରାରମ୍ଭରେ ସଂଗଠନ ର ଗୌରବ ‘ଚକ ଲଙ୍ଗଳ’ ପ୍ରତିକୃତି ଓ ଶ୍ରମିକ ଆନ୍ଦୋଳନ ର ଅବିସ୍ମରଣୀୟ ନେତା ସ୍ବର୍ଗତ ରାଜକିଶୋର ସାମନ୍ତରାୟ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ସଂଗଠନ ର ଯୁବନେତା ସତ୍ୟାନନ୍ଦ ବେହେରା ସ୍ବାଗତ ଭାଷଣ ଦେବା ପରେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ରାଉରକେଲା ମଜଦୁର ସଭା ର ପୃଷ୍ଠଭୂମି ଓ ସାରାଦେଶର ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ସ୍ବାର୍ଥ ରକ୍ଷା ନେଇ ସାଲିସବିହିନ ସଂଗ୍ରାମର ଅବତାରଣା କରି ସଂଗଠନ ର ଶ୍ରମ ଆନ୍ଦୋଳନ କ୍ଷେତ୍ରରେ ଭୂମିକା ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ଶ୍ରୀ ପାଢ଼ୀ , ଶ୍ରୀ ଚମ୍ପତିରାୟ, ଆଲୋକ ବୋଷ କର୍ମକର୍ତ୍ତା ସର୍ବଶ୍ରୀ ପତିତପାବନ ଜେନା, ସିଦ୍ଧେଶ୍ବର ବଳ, କଳାକାର ସାହୁ, ପ୍ରମୋଦ କୁମାର ଦାସ, ନିରଞ୍ଜନ ସାମଲ, ସୋମନାଥ ସ୍ବାଇଁ, ଦିଲିପ କୁମାର ଜେନା, ନୃପାନନ୍ଦ ନାୟକ, ସୁଶ୍ରୀ ଆରତୀ ଚୌଧୁରୀ, କେଦାର ଦାସ ଓ ରମେଶ ଚନ୍ଦ୍ର ମହାନ୍ତି ନିଜର ବକ୍ତବ୍ୟ ରଖି ମଜଦୁର ସଭା ନିଜର ସ୍ବୀକୃତି କାଳରେ ଇସ୍ପାତ ଶ୍ରମିକ ଙ୍କ ପାଇଁ ଆଣିଦେଇଥିବା ନାନା ଉପଲବ୍ଧୀ ଯଥା -କ୍ଲଷ୍ଟର ପଦୋନ୍ନତି ବ୍ୟବସ୍ଥା, ସିଲିଂ ବିହିନ ଗ୍ରାଚ୍ୟୁଇଟୀ, ଇନ୍ସେଣ୍ଟିଭ ଓ ରିଓର୍ଡ ସ୍କିମ ,ବାସଚ୍ୟୁତ ଙ୍କ ପାଇଁ ଥଇଥାନ ବ୍ୟବସ୍ଥା, ସାମୁହିକ ସୈଦାବାଜୀ ମାଧ୍ୟମରେ ସ୍ଥାୟୀ ଓ ଠିକା ଶ୍ରମିକଙ୍କ ପାଇଁ ମଜୁରୀ ବୃଦ୍ଧି ଓ ଉତ୍ପାଦନ, ସୁରକ୍ଷା, ଅଭିଯୋଗ ସମାଧାନ ନେଇ ଦ୍ଵିପାକ୍ଷିକ କମିଟିର କାର୍ଯ୍ୟ , ଦୁର୍ଘଟଣା ଜନିତ ମୃତ୍ୟୁ ଅବସ୍ତାରେ ଶ୍ରମିକ ଙ୍କ ଉତ୍ତରାଧିକାରୀ ଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ, ଶିକ୍ଷା, ସ୍ବାସ୍ଥ୍ୟ ସେବା ତଥା ସହରାଞ୍ଚଳ ବିକାଶ ଭଳି କାର୍ଯ୍ୟ ର ଅବତାରଣା କରିଥିଲେ। କାର୍ଯ୍ୟକ୍ରମ ସଂଚାଳନ ରେ ସର୍ବଶ୍ରୀ ବିଷ୍ଠୁମୋହନ ପ୍ରଧାନ, ପ୍ରଫୁଲ୍ଲ କୁମାର ବେହେରା, ସରୋଜ ରାଉଳ, ରବିନାରାୟଣ ପରିଡ଼ା, ରମେଶ ନାୟକ,ବିଜୟ ରାଉତ,ଓକିଲ ମହନ୍ତ, ଗୋପାଳ ମହନ୍ତ, ସୁରେଶ ପଟ୍ଟନାୟକ,ବିଜୟ ଜେନା,ଅଜୟ ପାତ୍ର,ଅଜୟ ଦାସ, ସୂର୍ଯ୍ୟ ବାସ , କେ,ପି.କେ.ରାଉତ, ଶ୍ରବଣ କୁମାର ଦଳେଇ, ଅନିରୁଦ୍ଧ ପାଣ୍ଡେ, ମନୋଜ କୁମାର ସେଠୀ,ମାନଷ ପଟ୍ଟନାୟକ, କେଦାର ମହନ୍ତ, ବିଶ୍ଵ ରଞନ ମହାନ୍ତି, ରତ୍ନାକର ରାଉଳ,ଶରତ କୁମାର ଜେନା,ସେବକ ନାୟକ, ଜନ୍ମଜୟ ସିଂ,ରାଜ କିଶୋର ଲେଙ୍କା, ଡି.ଏନ୍.ବେହେରା ସକ୍ରୀୟ ଭୂମିକା ଗ୍ରହଣ କରିଥିବା ସ୍ଥଳେ ବହୁ ସାଥି ଉପସ୍ଥିତ ଥିଲେ ଶେଷରେ ଅସିତ ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।ଅନୁରୂପ ଭାବେ ରେ ବରସୁଆଁ ଲୌହଖଣି ଶାଖା ତରଫରୁ ଟେନସା ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିବା ସ୍ଥଳେ କର୍ମକର୍ତ୍ତା ସର୍ବଶ୍ରୀ ରାଜେଶ ବେହେରା, ନରେଶ ନାୟକ,ଶେଖସିରାଜୁଦ୍ଧିନ ,ନନୀଗୋପାଲ ପ୍ରଧାନ, ଭଗବାନ ବେହେରା, ପାଣ୍ଡବ ମାଝୀ, ପ୍ରଧାନ ପୂର୍ତ୍ତି,କମଲ ରାୟ, ନିର୍ମଳା ବେହେରା, ଜଗନ୍ନାଥ ମଣ୍ଡଳ,ଶରତ ମଲ୍ଲ ନିଜର ବକ୍ତବ୍ୟ ରଖି ସମସ୍ତ କର୍ମୀ ନିଷ୍ଠାପର ଭାବରେ ସାଂଗଠନିକ ଦାୟିତ୍ୱ ନିର୍ବାହ କରି ସଂଗଠନ ର ଗୌରବ ବୃଦ୍ଧି କରିବାକୁ ମତ ଦେଇଥିଲେ । ଅନିତା ତିର୍କି, ଭବାନୀ ସିଷ୍ଟର,ରିତା ସିଷ୍ଟର,ଜୟନ୍ତ କୁମାର,ରାଜେଶ ବାରିକ୍,ବି.ଏନ୍.ତନ୍ତି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଖଣି ଅଞ୍ଚଳ ର ବହୁ କର୍ମଚାରୀ ସାଥୀ ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ କୁମାର ମହାପାତ୍ର