ଢେଙ୍କାନାଳ (ସମୃଦ୍ଧ ଓଡିଶା) ବନମହୋତ୍ସବ ସପ୍ତାହ ଅବସରରେ ଉଇ ଆର ବ୍ରଦରସ ଓ ମୋ ଢେଙ୍କାନାଳ (We Are Brother Mo Dhenkanal) ଦ୍ୱାରା ସବୁଜ ବନ୍ଧୁ ଅଭିଯାନ ଗତ ୧ ତାରିଖ ଠାରୁ ଚାଲିଆସିଛି । ଆଜି ତାର ୫ମ ଦିବସରେ ଗନ୍ଦିଆ ବ୍ଲକ ଦେଓଗାଁ ପଞ୍ଚାୟତର ଗୋପାଳପୁର ତାରିଣୀ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଛି ।ଏହାପରେ ସୋସିଆଲ ମିଡ଼ିଆରୁ ପ୍ରାପ୍ତ ତଥ୍ୟ ଅନୁସାରେ ମହୁଲା ଖୋଲି ଗ୍ରାମର ୪ଜଣ ଗରିବ ଦିବ୍ୟାଙ୍ଗ ପୁଅ ଓ ଝିଅଙ୍କୁ ଶୁଖିଲା ଖାଦ୍ୟ ରାସନ ଆଦି ପ୍ରଦାନ କରାଯାଇଛି ଓ ସାଙ୍ଗରେ ଏହି କାର୍ଯ୍ୟକ୍ରମ ଗୁଡିକରେ ସହଯୋଗ କରିଥିବା ବିଧାୟକଙ୍କ ସ୍ଥାନୀୟ ସହଯୋଗୀ ନବ ସାମଲ, ସରପଞ୍ଚଙ୍କ ପ୍ରତିନିଧି ମାନସ ସାହୁ ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉଇ ଆର ବ୍ରଦରସ (we are brothers) ତଥା ଗ୍ରୀନ ସ୍ପେଡ଼ର କ୍ଳବ(green spreader club)ର ଆବାହକ ଇଂ ଶୁଭ ପ୍ରସାଦ ପଣ୍ଡା, ଉପଦେଷ୍ଟା ରଞ୍ଜନ ନାୟକ, ଗୁରୁଦେବଜୀ ମିଶନ ସୁରକ୍ଷା, ଜିଏସସି ପ୍ରତିଷ୍ଠାତା ଇଂ ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳର ରିପୋଟର ଜ୍ଞାନ ରଞ୍ଜନ ମହାନ୍ତି, ଯୁବ ସମାଜସେବୀ ଜ୍ୟୋତିବିଳାସ ସାହୁ, ଲୁଲୁ ଦାଶ, ତ୍ରିନାଥ ସାମଲ, ବାଲୁକା ଶିଳ୍ପୀ ଦୁଖଃବନ୍ଧୁ ପାତ୍ର, ଆଡ଼ଭୋକେଟ ବିକ୍ରମ ସାହୁ, ପ୍ରଭାସ ସାହୁ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ ପାଣି