ଉଜ୍ଜଳା ଯୋଜନା ସଫଳତାର ପ୍ରମାଣ ଓଡିଶା ସରକାର ବିଧାନସଭାରେ ଦେଇଛନ୍ତି : ବିଜେପି

ଭୁବନେଶ୍ୱର ( ଆକାଶ ମିଶ୍ର ): ବିଜେଡିକୁ ଘାରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୟ । ସେଥିପାଇଁ ହୀନ ରାଜନୈତିକ ଅଭିସନ୍ଧି ରଖି ଆଜି ବିଜେଡି ପକ୍ଷରୁ ଆଇଓସିଏଲ ଅଫିସ ସ୧ୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉଜ୍ଜଳା ସାରା ରାଜ୍ୟରେ ସଫଳତାର ସହ କାମ କରୁଛି ବୋଲି ପ୍ରମାଣ ଦେଇଛନ୍ତି ଖୋଦ ରାଜ୍ୟ ସରକାର । ବିଧାନସଭାରେ ଗତ ଅଗଷ୍ଟ ମାସରେ ବିଧାନସଭାରେ ଏକଥାକୁ ନିଜେ ଖାଦ୍ୟ ଯୋଗାଣ ମବୀ ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱୀକାର କରିଛନ୍ତି ବୋଲି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସ୧ିଳନୀରେ କହିଛନ୍ତି । ଉଜ୍ଜଳା ଯୋଜନା ଆଜି ୩୪ ଲକ୍ଷ ପରିବାରରେ ଖୁସି ଭରି ଦେଇଛି । ଉଜ୍ଜଳା ଯୋଜନା ସମ୍ପର୍କରେ ବିତର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କଲେ ମୁଖ୍ୟମବୀ ଫଛଘୁଂଚା କଣ ପାଇଁ ଦେଉଛନ୍ତି । ପେଟ୍ରୋଲ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସିଂହଭାଗ ଟିକସ ରାଜ୍ୟ ସରକାର ନେଉଛନ୍ତି । କେବଳ ହୀନ ରାଜନୈତିକ ଅଭିସନ୍ଧି ରଖି ଏପରି ଅଭିଯୋଗ କରାଯାଉଛି । ମାର୍ଚ୍ଚ ୨୦୧୮ ମସିହା ସୁଦ୍ଧା ରାଜ୍ୟରେ ୨୩ ଲକ୍ଷ ଗରିବ ମହିଳା ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ ଜୁନ, ଜୁଲାଇ ଓ ଅଗଷ୍ଟ ୩ ମାସରେ ଏଥିମଧ୍ୟରୁ୧୬ ଲକ୍ଷ ହିତାଧିକାରୀ ଗ୍ୟାସ ରିଫିଲିଙ୍ଗ କରିଛନ୍ତି ଏକଥା ବିଜେଡି ସରକାରର ମବୀ କହିଛନ୍ତି । ଏଠି ସରକାର କେମିତ ଚାଲିଛି ତାହା ବଡ ପ୍ରଶ୍ନ । ଏଠି ବାଁ ହାତର କାମ ଡାହଣ ହାତ ଜାଣିପାରୁନାହିଁ । ଆଜି ପର୍ଯ୍ୟନ୍ତ ୩୪ ଲକ୍ଷ ଗରିବ ମହିଳାଙ୍କୁ ଉଜ୍ଜଳାଯୋଜନାରେ ସାମିଲ କରାଯାଇଛି । ଏହା ରାଜ୍ୟରେ ଉଜ୍ଜଳା ଯୋଜନାର ସଫଳତାର ପ୍ରମାଣ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ସାରା ଦେଶରେ ଓ ରାଜ୍ୟରେ ଉଜ୍ଜଳା ଯୋଜନାରେ ହିତାଧିକାରୀ ଚୟନ ଜନଗଣନାର ଏସଇସିସି ତାଲିକା ଆଧାରରେ ତିଆରି କରାଯାଇଛି । ଏହି ଏସଇସିସି ତାଲିକା ସର୍ବଜନୀନ ଭାବେ ଉପଲ୨ ଓ ଏହି ତାଲିକାରେ କୌଣସି ବି ବ୍ୟତିକ୍ରମ ହୋଇନାହିଁ । ୭୦୦ କୋଟି ଡାଲିଦୁର୍ନୀତିର ଚୋରଣୀଙ୍କ ମୁହଁରେ ଯେଉଁ ମନ୍ତବ୍ୟ ଦିଆଯାଉଛି ଏହାର କୌଣସି ମାନେ ନାହିଁ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ଦେଶରେ ପେଟ୍ରୋଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଦେଶର ସାଧାରଣ ଗ୍ରାହକ ମାନେ ବ୍ୟବହାର କରୁଥିବା ଘରୋଇ ଗ୍ୟାସମୂଲ୍ୟ ବୃଦ୍ଧିକୁ ନିୟବଣ ଭିତରେ ରଖିବା ପାଇଁ ସବସିଡ ଦେଇ ଆର୍ଥିକ ବୋଝ କେନ୍ଦ୍ର ସରକାର ନେଇଛନ୍ତି । ୨୦୧୪ ମସିହାରୁ ଆଜି ମଧ୍ୟରେ ସବସିଡ ଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟରେ ମାମୁଲି ବୃଦ୍ଧି ଘଟିଛି । ଗ୍ୟାସର ସବସିଡ ରାଶିକୁ ଗ୍ୟାସ କ୍ରୟର ଏକ ସପ୍ତାହରୁ କମ ସମୟ ମଧ୍ୟରେ ଗ୍ରାହକ ମାନଙ୍କ ବ୍ୟାଙ୍କ ଖାତାରେ ପହଁଚାଯିବାକୁ ସୁନିଶ୍ଟିତ କରାଯାଇଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ମହିଳାଙ୍କ ପ୍ରତି ଏ ସରକାରଙ୍କର ଦରଦ ନାହିଁ । ରାଜ୍ୟରେ ୭୦୦ କୋଟିର ଡାଲିଦୁର୍ନୀତି, ୨୦ ହଜାର କୋଟିର ଚିଟଫଣ୍ଡ ଦୁର୍ନୀତି, ୬୦ ହଜାର କୋଟିର ଖଣି ଦୁର୍ନୀତି ହୋଇଛି ଏହି ଦୁର୍ନୀତିର ଅର୍ଥ ଫେରାଇ ଆଣିଲେ ଏହାଦ୍ୱାରା ରାଜ୍ୟର ଅଧିକାଂଶ ସମସ୍ୟା ସମାଧାନ ହୋଇପାରିବ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।