ଉତ୍କଳମଣି ଗୋପବନ୍ଧୁ ଜ୍ୟୋତିକୁ ବ୍ରହ୍ମପୁରରେ ବିପୁଳ ସମ୍ବର୍ଦ୍ଧନା : ବିଧାୟକ,ଜିଲ୍ଲାପାଳ ସାମିଲ…

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଥିବା ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସମ୍ବର୍ଦ୍ଧନା କରାଯାଇଛି । ବ୍ରହ୍ମପୁର ସହରର ଉତ୍କଳ ସମ୍ମୀଳନୀ, ଗଞ୍ଜାମ ଜିଲ୍ଲା ଲେଖକ ସାମୁଖ୍ୟ, କଳିଙ୍ଗ ସାହିତ୍ୟ ସମାଜ, ଶିଶୁ ସାହିତ୍ୟ ବିକାଶ ପରିଷଦ, ନେତାଜୀ ସାରସ୍ଵତ ମଞ୍ଚ, ଫଲ୍ଗୁ ସାହିତ୍ୟ ସଂସଦ, ମାନବ ଅଧିକାର ସୁରକ୍ଷା ମଞ୍ଚ, ପୂଜ୍ୟ ପୂଜା ସମିତି, ଭିନସେଣ୍ଟ କନଭେନ୍ଟ ସ୍କୁଲ ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜ୍ୟୋତିକୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଜ୍ୟୋତି ଆଜି ସକାଳେ କର୍ପୋରେସନ ରୋଡ଼ରୁ ବାହାରି ଗିରିଜା ଛକ, ଅର୍ଣ୍ଣପୂର୍ଣା ବଜାର, ପୁରୁଣା ବସଷ୍ଟାଣ୍ଡ, ପି ଭି ଏନ ରାଓ ପେଟ୍ରୋଲପମ୍ପ, ଖଲିକୋଟ କଲେଜ, ଗୋପବନ୍ଧୁ ଛକ, ଗିରିରୋଡ଼ ଆଦି ପରିକ୍ରମା କରି ଶହୀଦ ଲକ୍ଷ୍ମଣନାୟକ କମ୍ୟୁନିଟି ହଲରେ ପହଞ୍ଚିବା ପରେ ସେଠାରେ ଏକ ସମ୍ବର୍ଦ୍ଧନା ସଭା କରାଯାଉଛି । ଏଥିରେ କିଛି ଆଦର୍ଶ ଶିକ୍ଷକଙ୍କୁ ପୁରସ୍କୃତ କରାଯିବ ବୋଲି ସମାଜର ବ୍ରହ୍ମପୁର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ ଜଣାଇଛନ୍ତି । ଏହି ଗୋପବନ୍ଧୁ ଜ୍ୟୋତିରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗଙ୍କ ସମେତ ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ସମୃଦ୍ଧ ଓଡ଼ିଶାର ସାମ୍ବାଦିକ ନିମାଇଁ ଚରଣ ପଣ୍ଡା, ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀ ଅନ୍ୟାନ୍ୟ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ ।