

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ଜନନୀ ସେବା ସଂଗଠନ ପକ୍ଷରୁ ଜଳେଶ୍ୱର ଉପ-କାରାଗାରରେ ଵୃକ୍ଷରୋପଣ କରାଯାଇଛି । ସଂଗଠନର ସଭାପତି ହେମନ୍ତ କୁମାର ଜେନାଙ୍କ ସହିତ ସଂଗଠନର ସଦସ୍ୟମାନେ ବିଭିନ୍ନ ପ୍ରକାର ଫୁଲ ଓ ଆମ୍ବ, ପଣସ, ନଡ଼ିଆ, ସପୁରୀ, ଲିଚୁ, ଗୁଆ ଇତ୍ୟାଦି ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଉପ- କାରାଗାରର ପରିଚାଳିକା ଶ୍ରୀମତୀ ଅନସୂୟା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ହେମନ୍ତ କୁମାର ଜେନା, ସଦସ୍ୟ ଜ୍ୟୋତିର୍ମୟ ଜେନା, ରଣଜିତ ରଣା, ଝାଡେଶ୍ୱର ଭୂୟାଁ, ବଳ ଭଦ୍ର ନନ୍ଦ, ଶୁଭେନ୍ଦୁ ବେହେରା, ସତ୍ୟବ୍ରତ ପଣ୍ଡା, ସତ୍ୟବ୍ରତ ପାଣିଗ୍ରାହୀ ଓ ରବୀନ୍ଦ୍ର ବେଜ ପ୍ରମୁଖ ଉପସ୍ଥିତ ଥିଲେ ।