
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ସମଗ୍ର ଓଡ଼ିଶାର ଅଗଣିତ ଭାଇ ଭଉଣୀ ଆବାଳ ବୃଦ୍ଧ ବନିତାଙ୍କ ପାଇଁ ଏକ ଅଭୁଲା ଓ ଅବିସ୍ମରଣୀୟ ଦିବସ । ୮୪ ତମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ ଉତ୍କଳ ଦିବସ । ଏହି ସେହି ଏପ୍ରିଲ ପହିଲା,୧୯୩୬ ମସିହାରେ ଭାଷା ଭିତ୍ତିରେ ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରି ମାନ୍ୟତା ମିଳିଥିଲା । ଆଜି ୮୪ ତମ “ଓଡିଶା ଦିବସ ” ପାଳନ ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରରେ ଓ ଦେଶ, ବିଦେଶ ମାଟିରେ ରହିଥିବା ଉତ୍କଳ ଜନନୀଙ୍କ ସୁପୁତ୍ର ସୁପୁତ୍ରୀମାନେ ଗର୍ବର ସହ ଗାଉଛନ୍ତି “ବନ୍ଦେ ଉତ୍କଳ ଜନନୀ”।
ରିପୋର୍ଟ : ଦାମୋଦର ପାଢ଼ୀ