
ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଏପ୍ରିଲ ଏକ ତାରିଖ ଉତ୍କଳ ଦିବସ ଅବସରରେ ହେଲ୍ପ ଫର ୟୁ ଫାଉଣ୍ଡେସନ ଜଳେଶ୍ଵର ତରଫରୁ ଗୋଟିଏ କୁନି ପୁଅର ଜୀବନ ବଞ୍ଚେଇବା ପାଇଁ ଏହି ଅସହାୟ ପରିବାରକୁ କିଛି ଆର୍ଥିକ ସହାୟତା କରିଛନ୍ତି । ଏହି ଘଟଣାଟି ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତି ପଞ୍ଚାୟତର ନଥିପୁର ଗ୍ରାମର ଗଣେଶ ଚନ୍ଦ୍ର ମୁଖିଙ୍କ ଏକମାତ୍ର ପୁତ୍ର ଆକାଶ ମୁଖି ବୟସ ୫ ବର୍ଷ, ଯକୃତ ରୋଗରେ ଦୀର୍ଘ ଦିନ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହି ପରିପ୍ରେକ୍ଷୀରେ ହେଲ୍ପ ଫର ୟୁ ଫାଉଣ୍ଡେସନ ସଂଗଠନ ଆଜି ତାଙ୍କୁ ଅର୍ଥ ଆକାରରେ ୭ ହଜାର ଟଙ୍କା ସହାୟତା ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ସଦସ୍ୟ, ସଦସ୍ୟମାନେ ଜିତେନ୍ଦ୍ର ସାମଲ, ବରୁଣ ମାଝୀ, ନିଶାନ ସାମଲ, ଗୋପବନ୍ଧୁ ନାୟକ, ମାନସ କୁମାର ମହାନ୍ତି, ପରେଶ ମହାନ୍ତି, ଶିବନାଥ କର, ସୃଷ୍ଟି ଧର ସେଠୀ, ଅନିମା ପିଳା, ତରଣି କର, ଗୈାରାଙ୍ଗ ପାତ୍ର, ଜୟନ୍ତ କୁମାର ରଣା, ସୁଶିଲ ପାତ୍ର, ଏବଂ ସଙ୍ଗଠନର ସମସ୍ତ ସଦସ୍ୟ ପହଞ୍ଚି ସହାୟତା ପ୍ରଦାନ କରିଥଲେ । ଏହି ମହାନ କାର୍ଯ୍ୟ ପାଇଁ ସଙ୍ଗଠନକୁ ସେଠାକାର ଅଞ୍ଚଳବାସି ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା