ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, ମାଣିତରା ନୋଡାଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ ଉତ୍କୃଷ୍ଟ ବିଦ୍ୟାଳୟ ପ୍ରୋତ୍ସାହନ ପୁରସ୍କାର ବିତରଣ ଉତ୍ସବ ନଭେମ୍ବର ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯଥାକ୍ରମେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବିଶ୍ବାଳ ଓ ଅନିଲ କୁମାର ମହାରଣା ଯୋଗଦେଇ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ମାଧମିକ ବିଭାଗ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଓ ଶୁଭଶ୍ରୀ ପ୍ରଧାନ ଏବଂ ସହକାରୀ ଶିକ୍ଷକ ରଙ୍କନିଧି ସେଠୀ ଓ ବାମଦେବ ପ୍ରଧାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏଥି ସହ ବରିଷ୍ଠ କିରାଣୀ ଭଗବାନ ଜେନା ଓ ଚାପରାଶି ମଞ୍ଜୁଳା ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ମାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ ଯୋଗୁଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଭଲ ପରୀକ୍ଷା ଫଳ ପାଇଁ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ବିଦ୍ୟାଳୟ ଓ ଅଭିଭାବକ ପ୍ରଭୃତିଙ୍କ ଅବଦାନ ଥିବା ବେଳେ ସେମାନଙ୍କୁ ଉତ୍ସାହିତ କରବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁଏହି ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ଜଣାପଡିଛି । ଏହିପରି ପୁରସ୍କାର ପ୍ରଦାନ ଯୋଗୁଁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ଉନ୍ନତ ମାନର ଶିକ୍ଷାଦାନ ପାଇଁ ପ୍ରତିଯୋଗିତା ମୂଳକ ବାତାବରଣ ସୃଷ୍ଟି ହେବ ବୋଲି ସରକାର ଆଶା କରିଛନ୍ତି ।