ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଘଟୁଥିବାରୁ ସାମ୍ପ୍ରତିକ ପରିସ୍ଥିତିରେ ଫଟୋ ଉତ୍ତୋଳନ ଲାଗି ଅଧିକ ଜ୍ଞାନର ଆବଶ୍ୟକତା ରହିଛି । ଏଥିଲାଗି ବାଲେଶ୍ୱର ଜିଲାର ଜଳେଶ୍ୱର ଭଞ୍ଜ ଭବନ ପରିସରରେ ଦିବସ ବ୍ୟାପି ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ କମ୍ପାନୀର ବହୁ ପ୍ରକାର କ୍ୟାମେରା ଏବେ ଉପଲବ୍ଧ ହେଉଥିବାରୁ ତାର ବ୍ୟବହାର ଓ ଜ୍ଞାନ କୌଶଳ ଆହରଣ ଲାଗି ଦକ୍ଷତା ସମ୍ପନ୍ନ ବ୍ୟକ୍ତି ମାନଙ୍କ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଜଳେଶ୍ୱର ଫଟୋ ସଂଘର ସଭାପତି ସମର କୁମାର କରଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପସଭାପତି ଆଶିଷ କୁମାର ଦିବେଦି, ସଂପାଦକ ଦିପେନ୍ଦୁ କର, ଦିଲ୍ଲିପ ଜେନା, ସର୍ବେସ୍ୱର ଅଣ୍ଡିଆ, ନିଲେଶ ଚୌହାନ, ସାଗର କାମିଳା ପ୍ରମୁଖ ଯୋଗଦେଇ ଏହାର ଆବଶ୍ୟକତା ଓ ସଂଘର ଭବିଶ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୁଶାନ୍ତ କୁମାର ମଞ୍ଚ ଆହ୍ୱାନ ଓ ଅତିଥିପରିଚୟ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ନିକନ କମ୍ପାନୀର ଦକ୍ଷତା ବିଶେଷଜ୍ଞ ସୌମ୍ୟଜିତ୍ ମିତ୍ର, ଦେବେଶ କୁମାର ମାଝି, ଦେବଂଶୁ ପଟ୍ଟନାୟକ, ଓଡିଆ ପ୍ରଶିକ୍ଷକ ସନ୍ତୋଷ କୁମାର ବେଜ, ଦୀପକ ଜେନା, ସୁସ୍ମିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ପ୍ରଶିକ୍ଷଣ କରାଇଥିଲେ ।
ରିପୋର୍ଟ : ଭୂପତି ପରିଡା