ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ଦିନିକିଆ ଗ୍ରସ୍ତରେ ଉତ୍ତରପ୍ରଦେଶ ବିଧାନପରିଷଦ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଧୀରମାନ ଧର୍ମବୀରସିଂ ଅଶୋକ । ସେ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଅତିଥି ଭବନରେ ପହଞ୍ଚି ଗଜପତି ଜିଲ୍ଲା ବହୁଜନ ସମାଜ ପାର୍ଟିର ସମସ୍ତ ସଦସ୍ୟଙ୍କ ସହ ମିଶି, କିଭଳି ଗଜପତି ଜିଲ୍ଲାରେରେ ପାର୍ଟି ସୁଦୃଢ ହେବ ଆଲୋଚନା କରିଥିଲେ । ଯେହେତୁ ଗଜପତି ଜିଲ୍ଲା ଆଦିବାସୀ ହରିଜନ, ମାଇନେରୀଟି ଲୋକ ରୁହନ୍ତି । ତେଣୁ ଏଠି ପାର୍ଟି ସୁଦୃଡ଼ ହୋଇପାରିବ ବୋଲି ପାର୍ଟିର ମୁଖ୍ୟ ମାୟାବତୀ ପ୍ରଭୁଦାସ ସୂଚନା ଦେଇଛନ୍ତି ବୋଲି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସଭାପତି ଟଙ୍କଧର ବାଗ, ରାଜ୍ୟ ସଂଯୋଜକ ସୁବ୍ରତ କୁମାର ସାମଲ, ଗଂଜାମ ଜିଲ୍ଲା ସଭାପତି ରାମହରି ବେହେରା, କେ ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ ।