ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା,୭ ମୃତ ୩୫ ଆହତ

ନୁଆଦିଲ୍ଲୀ (ସୁଧାଂଶୁ ଶେଖର ) ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା। ଲକ୍ଷ୍ନୌ ନିକଟବର୍ତ୍ତୀ ହରିଚନ୍ଦନପୁର ଷ୍ଟେସନ ନିକଟରେ ଫରକ୍କା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଫରକ୍କା ଏକ୍ସପ୍ରେସ୍‌ର ୮ ଟି ବଗି ଲାଇନଚ୍ୟୁତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି।ଏହାସହ ୩୦ରୁ ଅଧିକ ଯାତ୍ରୀ ଅାହତ ହୋଇଛନ୍ତି। ଘଟଣା ସ୍ଥଳରେ ଏନ୍‌ଡିଆର୍‌ଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏକ ଡାକ୍ତରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅାହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେଉଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଘଟଣାକୁ ନେଉ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।ଫରକ୍କା ଏକ୍ସପ୍ରେସ୍ ପଶ୍ଚିମବଙ୍ଗର ମାଲଦାରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରୁଥିଲା ରେଳବିଭାଗରୁ ଜଣାଯାଇଛି ।