ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବାଲି ଚାହିଦା ଅଧିକ ଥିଲାବେଳେ ଏବଂ ସରକାରଙ୍କୁ ନିର୍ଦ୍ଦିଷ୍ଟ ରାଜସ୍ୱ ବାଲି ଖାଦାନ ମାଲିକମାନେ ପୈଠ କରୁଥିବା ବେଳେ ବିଭିନ୍ନ ସମୟରେ ପ୍ରଶାସନ ଓ ଜନସାଧାରଣଙ୍କ ରୋଷର ଶୀକାର ହୋଇ ଆସୁଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ଉତ୍ତର ବାଲେଶ୍ୱର ବିଭିନ୍ନ ବାଲି ଖାଦାନ ମାଲିକ, ପରିବହନ ଲାଗି ବ୍ୟବହୃତ ହେଉଥିବା ଡମ୍ପର, ଟ୍ରକ୍ଟର ମାଲିକମାନଙ୍କୁ ନେଇ ନବଗଠିତ ଉତ୍ତର ବାଲେଶ୍ୱର ବାଲି ସୌରାତ ସଂଘର ଏକ ଜରୁରୀ ବୈଠକ ଜଳେଶ୍ୱର ହୋଟେଲ ଇନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍ତର ବାଲେଶ୍ୱରର ସବୁ ବାଲି ସୌରାତ ମାଲିକ, ପାର୍ଟନର ଏବଂ ବାଲି ପରିବହନ ଲାଗି ବ୍ୟବହୃତ ହେଉଥିବା ସମସ୍ତ ଯାନର କର୍ମଚାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ଭାବେ ଦୁର୍ଜୟ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ପରେ ସଂଘର ସ୍ଥାୟୀ ସଭାପତି ସୁଜୟ କରଣ, ସଂପାଦକ ରାଜେଶ ଖଟୁଆ, କମିଟିର ସଦସ୍ୟଭାବେ ଦୁର୍ଜୟ ପାଣିଗ୍ରାହୀ, ମଧୁସୂଦନ ଦାସ, ରବିନ୍ଦ୍ର ଦେ ପ୍ରମୁଖ ସଦସ୍ୟ ରହିଥିବା ବେଳେ ଉପଦେଷ୍ଟା କମିଟିରେ ତ୍ରିଲୋଚନ ଦାସ, ପ୍ରବିୀର ପ୍ରଧାନ, ସୁରଜତି ଘୋଷ, ପ୍ରବିର ଦାସ, ସମୟଦିପ ଚକ୍ରବର୍ତ୍ତୀ ସଦସ୍ୟଥିବା ବେଳେ କୋଷାଧ୍ୟକ୍ଷଭାବେ ରବିନ୍ଦ୍ର ନାଥ ଗିରି ରହିଥିବା ଆଜି ଘୋଷଣା କରାଯାଇଛି । ଆଜିର ସୁଦ୍ଧାନ୍ତ ନିଆଯାଇଥିବା ବିଷୟବସ୍ତ ମଧ୍ୟରେ ପ୍ରଶାସନ ଆବଶ୍ୟକ ପରିମାଣର ଟ୍ରାନ୍ଜିଟ୍ ପାସ୍ ଯୋଗାଇବା, ଖାଦାନ ମାଲିକ ଓ ଗାଡି ମାଲିକଙ୍କ ଠାରେ ଟ୍ରାନ୍ଜିଟ୍ ପାସ୍ ଥାଇ ମଧ୍ୟ ମିଥ୍ୟା ମାମଲା ରୁଜୁ କରିବା, ପ୍ରତିଟି ସୌରାତରେ କିଛି ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା, ଚାନ୍ଦା ଆଦାୟକାରୀଙ୍କ ସମ୍ପର୍କରେ ପ୍ରଶାସନକୁ ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବା, ପ୍ରଶାସନ ପକ୍ଷରୁ ମାତ୍ରାଧିକ ଜୋରିମାନା ଆଦାୟ କରିବା, ଚୋରାବାଲି ଉତ୍ତୋଳନ ଓ ପ୍ରେରଣ କରୁଥିବା କେତେକ ଲୋକଙ୍କୁ ପ୍ରଶାସନ ପକ୍ଷରୁ କଠୋନ ପଦକ୍ଷେପ ନ ନେବା, କେତେକ ଅସାମାଜିକ ବ୍ୟକ୍ତି ବାଲି ଖାଦାନ ଗ୍ରହିତାଙ୍କଠାରୁ ବେଆଇନ୍ ଅର୍ଥ ଆଦାୟ କରିବା ଓ ନ ଦେଲେ ରାସ୍ତା ଅବରୋଧ କରିବା ସହିତ ଜୀବନରୁ ମାରିଦେବାର ଧମକ ପ୍ରତି ପ୍ରଶାସନ ସଚେତନ ନ ହେବା ଇତ୍ୟାଦି ୭ ଦଫା ଦାବିରେ ଉପସ୍ଥିତ ବାଲି ସୌରାତ ମାଲିକ ଓ ବାଲି ପରିବହନ ଯାନର ମାଲିକମାନେ ଅଭିଯୋଗ ଉପସ୍ଥାପନ କରିଥିଲେ । ଏଥିପ୍ରତି କର୍ତ୍ତୃପକ୍ଷ ସଚେତନ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜିର ବୈଠକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଏହୋ ଆଶୁ ସମାଧାନ ନ ହେବା ପର୍ଯ୍ୟନ୍ତ ବାଲି ପରିବହନଯାନର ମାଲିକ ଓ ବାଲି ସୈରାତ ମାଲିକ ମାନେ ସମସ୍ତ ସୈରାତରୁ ବାଲି ଉତ୍ତୋଳନ ଓ ପରିବହନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଉତ୍ତର ବାଲେଶ୍ୱର ବାଲି ସୌରାତ ସଂଘର ପକ୍ଷରୁ ଜଣାଇ ଦିଆଯାଇଥିବା ଆଜି ସଂଧ୍ୟା ପର୍ଯ୍ୟନ୍ତ ପ୍ରଶାସନ ନ୍ୟାୟ ନ ଦେଲେ ମଙ୍ଗଳବାରଠାରୁ ଏପରି ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଭାପତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପରେଶ ଚନ୍ଦ୍ର ଦାସ, ରବିନ୍ଦ୍ର ପ୍ରଧାନ, ବାବୁ ଜେନା, ପ୍ରଶାନ୍ତ ପଲାଇ, ଫୁଟୁ ଓଝା, ବାବୁ ପାଲ, ବାପି ଜେନା ପ୍ରମୁଖ ଶତାଧିକ ସୈରାତ ପାର୍ଟନର ଓ ଯାନ ମାଲିକ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା