ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଏନ୍ଟିପିଏସ)ର ଉପଲବ୍ଧିକୁ ନେଇ ଆୟୋଜିତ ହୋଇଛି ପ୍ରେସମିଟ୍ । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ଏହି ସମ୍ପର୍କ ସଭା ଏନ୍ଟିପିଏସ ପକ୍ଷରୁ ଆୟୋଜନ କରାଯାଇଛି ।ଜଣାଯାଇଛି ଯେ ଏନଟିପିସି ଇଷ୍ଟର୍ନ ରିଜିଅନ-୨ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛି । ତାଳଚେର ସର୍ବପୁରାତନ ପ୍ଲାଣ୍ଟ ମଧ୍ୟ ଉତ୍ପାଦନ କ୍ଷେତ୍ରରେ ବହୁ ଆଗୁଆ ରହିଛି । ୨୦୧୬ ରେ ପୂର୍ବାଞ୍ଚଳ କ୍ଷେତ୍ରରେ ଉତ୍ପାଦନରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଗତ ବର୍ଷ ତୃତୀୟ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ପୁଣିଥରେ ୧ ନମ୍ବର ହେବ ବୋଲି ଆଶା ରଖିଛି ଏନଟିପିସି । ପୂର୍ବ ଭାରତରେ ଓଡ଼ିଶା ଓ ଆସାମରେ ଏନଟିପିସିର ବଡ ପ୍ଲାଣ୍ଟ ଅଛି । ତାଳଚେର କଣିହାଁରେ ସ୍ଥିତ ଏହି ମେଗା ପ୍ଲାଣ୍ଟ୍ ପୂର୍ବଭାରତରେ ଶକ୍ତି ଉତ୍ପାଦନର ଏକ ବଡ ହବ୍ ପାଲଟିଛି । ଏହାସହ ଦରଲୀପଲ୍ଲୀରେ ୧୬୦୦ ମେଗାୱାଟ ପ୍ଲାଣ୍ଟ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଏନଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଏମପି ସିହ୍ନା ସୂଚନା ଦେଇଛନ୍ତି । ତାଳଚେର ପ୍ଲାଣ୍ଟ ଦୀର୍ଘ ୫୦ ବର୍ଷର ପୁରୁଣା ହେଲେ ବି ଚଳିତ ବର୍ଷ ୧ ନମ୍ବର ସ୍ଥାନ ଅଧିକାର କରିବ ବୋଲି ଏମପି ସିହ୍ନା ସୂଚନା ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର