
ବ୍ରହ୍ମପୁର (ସମୃଦ୍ଧ ଓଡିଶା) କନ୍ଧମାଳ ଜିଲ୍ଲାର ବାଲିଗୁଡାଠାରେ ଦୀର୍ଘ ୨୩ ଦିନ ଧରି ଲାଗି ରହିଥିବା ବିବାଦ ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପାଇଲା ପରେ ହଟିଲା ଅନଶନ । ସୂଚନା ଅନୁଯାୟୀ ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୋଷ୍ଠି ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କୁ ବିଦାୟ କରିବା ପାଇଁ ଆଜି ଜନସାଧାରଣ ଓ ଲୋକ ପ୍ରତିନିଧି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଞ୍ଚି ଅଧ୍ୟକ୍ଷଙ୍କ ସହିତ ବୁଝାମଣା ପରେ ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପାଇଲା ପରେ ଅନଶନ ହଟିଥିଲା । ଉପଜିଲ୍ଲାପାଳ ୭ ଦିନ ଭିତରେ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରତିଶୁତି ଦେଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା