ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ଓ ସମୀକ୍ଷା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଆଳି ଏବଂ ପେଣ୍ଠ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅଞ୍ଚଳ ତଥା ଆଶ୍ରୟ କେନ୍ଦ୍ରଗୁଡିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଲୋକଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରୁ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ ଚାଲିଥିବା ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ଅଛି କି ନାହିଁ ତାହାର ସମୀକ୍ଷା କରିଛନ୍ତି । ଏକତ୍ର ଏହି ପ୍ରାକୃତିକ ବିପର୍ଯ୍ୟୟର ସାହସର ସହ ମୁକାବିଲା କରି ପରସ୍ପରକୁ ସାହାଯ୍ୟ କରିବା ଏବଂ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ପରିଚାଳନା ତ୍ୱରିତ ବେଗରେ କରିବା ପାଇଁ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, କୃଷି କ୍ଷେତ୍ରରେ ବାତ୍ୟା ଜନିତ ଫସଲ ହାନିକୁ ସଂପୃକ୍ତ ଚାଷୀ କୃଷି ବିଭାଗକୁ ଜଣାଇବା ସହ ଫସଲ ବୀମା ଯୋଜନା ଅନ୍ତର୍ଗତ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି। ଏହି ପ୍ରତ୍ୟକ୍ଷ ସମୀକ୍ଷା ବେଳେ ସାଙ୍ଗରେ କେନ୍ଦ୍ରାପଡ଼ା ଜିଲ୍ଳାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ଓ ଟାଟା ପାୱାର ର୍ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ