



ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଭାରତୀୟ କିଷାନ ସଂଘର ପ୍ରତିନିଧି ମଣ୍ଡଳୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଭେଟି ବଲାଙ୍ଗିର, ନୟାଗଡ଼ ଜିଲ୍ଲାରେ ଚିନିକଳର ପୁନରୁଦ୍ଧାର ଏବଂ ପୁନଃକାର୍ଯ୍ୟକ୍ଷମ ନେଇ ଆଲୋଚନା କରିଥିଲେ । କଞ୍ଚାମାଲ୍ ଅଭାବରୁ ରାଜ୍ୟରେ ଥିବା ଚିନିକଳଗୁଡ଼ିକ ବହୁତ ଦିନ ହେଲା ବନ୍ଦ ହୋଇ ପଡ଼ିଛି । ଏସବୁର ପ୍ରମୁଖ କାରଣକୁ ଅନୁଧ୍ୟାନ କରି ପୁନଶ୍ଚ କାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ବୈଠକରେ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ସମବାୟ ବିିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ଦାସ, ଭାରତୀୟ କିଷାନ ସଂଘର ସମ୍ପାଦକ କେ. ସାଇ ରେଡ୍ଡୀ, ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜାନକୀ ବଲ୍ଲଭ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର