




ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଏହିବର୍ଷର ରାଜ୍ୟପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମସ୍ତ ରାଜ୍ୟର ରାଜ୍ୟପାଳମାନେ ଯୋଗଦେଇଥିଲେ ।ଏହି ଅବସରରେ ଉପରାଷ୍ଟ୍ରପତି ତାଙ୍କ ବାସଭବନରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ । ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ଏହି ନୈଶ ଭୋଜିରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇଥିଲେ । ଉପରାଷ୍ଟ୍ରପତି ଭେଙ୍କୟାନାଇଡ଼ୁ ଙ୍କ ରାଜ୍ୟର ରାଜ୍ୟପାଳ ଯୋଗୁଁ ବିଶ୍ୱଭୂଷଣଙ୍କ ଯୋଗଦାନ ବେଶ ଖୁସି ପ୍ରଦାନ କରିଥିଲା ।

