ଜଳେଶ୍ୱର (ସମୃଦ୍ଧ ଓଡିଶା): ସଂପର୍କର ସେତୁ ଓ ଭାଇଚାରାର ପ୍ରତୀକ, ମନୋରଞ୍ଜନର ମାଧ୍ୟମ ଓ ଅନ୍ତରାଜ୍ୟ ମଧ୍ୟରେ ବିଦ୍ୱେଷକୁ ପ୍ରତିହତ କରୁଥିବା କ୍ରିକେଟ ଖେଳ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆମ୍ବଳିଅଠା ଗ୍ରାମର ଖେଳପଡିଆରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଆମ୍ବଳିଅଠା ଅମ୍ବିକେଶ୍ୱର କ୍ରିକେଟ ଏକାଦଶ ଆନୁକୂଲ୍ୟରେ ଅନୁଷ୍ଠିତ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ । ଓଡିଶାର ଆମ୍ବଳିଅଠା ଏକାଦଶ, ଏନ୍.ଏଚ୍-୧୬, ସ୍ୱପ୍ନେଶ୍ୱର କ୍ରିକେଟ କ୍ଲବ, ବାରମାଇଲ ଏକାଦଶ, ମହାଗବ ଏକାଦଶ, ଶାଳିକୋଠା ଏକାଦଶ ଓ ପଶ୍ଚିମବଂଗର ବେଲଦା ଏକାଦଶ, ବୋଡାଇ ଏକାଦଶ ଏଥିରେ ଭାଗ ନେଇଥିଲେ । ପ୍ରତ୍ୟେକ ମ୍ୟାଚ୍ ୫ ଓଭର ଲେଖାଏଁ ଖେଳିଥିବା ବେଳେ ସେମିଫାଇନାଲ୍ରେ ସୋଲପଟ୍ଟା ଏକାଦଶ, ସ୍ୱପ୍ନେଶ୍ୱର ଏକାଦଶ, ବାରମାଇଲ ଏକାଦଶ ଓ ବେଲଦା ଏକାଦଶ ପ୍ରମୁଖ ଖେଳିଥିଲେ । ଶେଷରେ ବାରମାଇଲ ଏକାଦଶ ଚମ୍ପିଆନ୍ ହୋଇ କରି ମ୍ୟାଚ୍ ଜିତିଥିବା ବେଳେ ରନର୍ସଅଫ ଭାବେ ସୋଲପଟା ଏକାଦଶ ଟ୍ରଫି ହାସଲ କରିଥିଲେ । ଅମ୍ପେୟାର ଭାବେ ତରଣୀ କୁମାର କର ଓ ଗୋପାଳ ସେନାପତି ଖେଳ ପରିଚାଳନା କରିଥିବା ବେଳେ ଶାନ୍ତନୁ ଦେ , ଗୋପାଳ ଜେନା. ପ୍ରତାପ କର, ଗୌରାଙ୍ଗ ଜେନା, ଶଶିକାନ୍ତ କର ଙ୍କ ସହିତ ଗ୍ରାମର ବହୁ ଯୁବକମାନେ ଉକ୍ତ ଖେଳ ଆୟୋଜନରେ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା