ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ଥିବା ଜଳେଶ୍ୱର ବ୍ଲକର ଲକ୍ଷ୍ମଣନାଥ ସେବା ସମବାୟ ସମିତିରେ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶପନ କୁମାର ଜେନା(ଶିବୁ) ୧୦ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଆସନ୍ତା ଦିନରେ ଚାଷୀମାନଙ୍କ ସମସ୍ୟା ଦୂର କରିବା ସହିତ ଗୋଦାମ ଘର ନିର୍ମାଣ କରିବାରେ ପ୍ରଚେଷ୍ଟା ଜାରି ରଖିବା ସହିତ ଧାନ ବିକ୍ରିରେ ସ୍ୱଚ୍ଛତା ଗ୍ରହଣ କରିବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । ପ୍ରଥମଥର ଲାଗି ନଛିମପୁର ପଞ୍ଚାୟତରୁ ସଭାପତି ପଦ ଦଖଲ କରିଥିବାରୁ ସରପଞ୍ଚ ରାଜେଶ ଜେନା, ରବିନ୍ଦ୍ର ନାଥ ଦାସ, ବଂଶୀଧର ପ୍ରଧାନ, ସଂଧ୍ୟାରାଣୀ ସିଂ, ସତ୍ୟକିଙ୍କିର ଭୂୟାଁ, ପଞ୍ଚାନନ ଗିରି, ଜିତେନ୍ଦ୍ର ଦାସଙ୍କ ସହିତ୍ୟ ବହୁ ଡାଇରେକ୍ଟର ବଧେଇ ଜଣାଇଛନ୍ତି ।
ରିପୋର୍ଟ : ଭୂପତି ପରିଡା