ଉଲ୍ଲେଖନୀୟ ସମାଜସେବା ଲାଗି ସିଙ୍ଗାପୁର ଗସ୍ତଲାଗି ମନୋନୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜର ସବୁସ୍ତ ରୀୟ ଲୋକଙ୍କୁ ସହାୟତା କରିବା ଲାଗି ରାଜ୍ୟ ସରକାର ବିଜୁ ଯୁବବାହିନୀ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ ବାଲେଶ୍ୱର ଜିଲାରୁ ୪ଜଣଙ୍କ କୃତିତ୍ୱ ଲାଗି ସିଂଗାପୁର ଗସ୍ତର ବ୍ୟବସ୍ଥା ହୋଇଥିବା ବେଳେ ଜଳେଶ୍ୱର ବ୍ଲକରୁ ୨ଜଣ ଉଦୀୟମାନ ଯୁବକଙ୍କୁ ମନୋନୀତ କରାଯାଇଥିବା ଜଣାଯାଇଛି । ଓଡିଶାର ଉପାନ୍ତ ଅଂଚଳରୁ ପଶ୍ଚିମବଂଗକୁ ବିଭିନ୍ନ ଚୋରା ଗାଡି ଚଳାଚଳ, ଚୋର ଡକାୟତଙ୍କ ଗତିବିଧିକୁ ନିରିକ୍ଷଣ କରିବା, ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ଜାଣିବା ଲାଗି ଜଳେଶ୍ୱର-ଖଡଗପୁର ଓଟି ରୋଡର ଅଗ୍ରୱାଲା ଛକଠାରେ ଗୋବରଘଟ୍ଟା ବିଜୁ ଯୁବବାହିନୀ ପକ୍ଷରୁ ୪ଟି ସି ସି କ୍ୟାମେରା ଲାଗାଯିବାର ବ୍ୟବସ୍ଥା କରିଛି ସ୍ଥାନୀୟ ବିଜୁ ଯୁବ ବାହିନୀ । ଏହି କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ମୋଟ ୩୦ ହଜାର ଟଙ୍କା ମଧ୍ୟରୁ ଗାୃଁର ବିଶିଷ୍ଟ ବ୍ୟକ୍ତି ସୂର୍ଯ୍ୟନନ୍ଦ ପାଳ ୧୩ ହଜାର ଟଙ୍କା ବ୍ୟକ୍ତିଗତ ଭାବେ ସହାୟତା କରିଥିବାର ଜଣାଯାଇଛି । ଏହା ବ୍ୟତିତ ନିଶାକୁ ନା, ମୁଁ ହିରୋ ମୁଁ ଓଡିଶା, ବୃକ୍ଷରେପଣ କରି ପରିବେଶର ସୁରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବାରୁ ଗୋବରଘଟ୍ଟା ପଂଚାୟତର ବିଜୁ ଯୁବବାହିନୀ ସଭାପତି ଚନ୍ଦନ କୁମାର କର ଅଧିକ ସମାଜସେବା ର ପ୍ରୋତ୍ସାହନ ପାଇଁ ସିଙ୍ଗାପୁର ଯିବା ନିମନ୍ତେ ମନୋନୀତ ହୋଇଛନ୍ତି । ଆସନ୍ତା ସୋମବାର ସେ ରାଜ୍ୟ ବିଜୁ ଯୁବବାହିନୀର କାର୍ଯ୍ୟାଳୟ ଯାଇ ସେଠାରୁ ପ୍ରସ୍ତୁତି ନେବାର ସିଦ୍ଧାନ୍ତ ହୋଇଥିବାରୁ ଆଜି ଗୋବରଘଟା ଅଂଚଳର ବହୁ ଯୁବକ, ବିଜୁ ଯୁବବାହିନୀର ସଂପାଦକ ରାଜକୁମାର ଦଳେଇ କେଦାରନାଇ ଭୂୟାଁ, ଅନନ୍ତ ପରିଡା, ବିଶ୍ୱଜିତ୍ ପାଳ, ଗୌରାଙ୍ଗ ପାଳ ପ୍ରମୁଖଙ୍କ ସହିତ ଜଳେଶ୍ୱର ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେହିପରି ଗୋପିମୋହନପୁର ପଂଚାୟତର ବିଜୁ ଯୁବବାହିନୀ ସଂପାଦକ ମାନସ ରଂଜନ ଧଳ ମଧ୍ୟ ସିଙ୍ଗାପୁର ଯିବାପାଇଁ ମନୋନୀତ ହେବା ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳି ଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା