ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଂଗ ଓ ଓଡିଶା ସୀମା ନିକଟ ଅଗ୍ରୱାଲାଛକ ନିକଟରେ ଆୟୋଜିତ ଶତବାର୍ଷିକୀ ଉତ୍ସବକୁ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ବାଦକ ମଣ୍ଡଳୀର ସଦସ୍ୟ ସନ୍ତୋଷ କୁମାର ଦାସ ଉଦଘାଟନ କରିଥିଲେ । ବିଶିଷ୍ଟ ବାମପନ୍ଥିନେତା ତଥା ଲକ୍ଷ୍ମଣନାଥ ପଂଚାୟତର ପୂର୍ବତନ ସରପଂଚ ବସନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସନ୍ତୋଷ ଦାସ ଅତୀତର ଇଂରେଜ ଓ ପରେ ସ୍ୱାଧୀନ ଭାରତକୁ ବିଶ୍ଳେଷଣ କରି ବିକାଶ ହାର କମ୍ ହେଉଥିବାରୁ ତଥ୍ୟଗତ ସୂଚନା ଦେଇଛନ୍ତି । ଭାରତରେ ୪୫ବର୍ଷ ମଧ୍ୟରେ ଏବେ ସର୍ବାଧିକ ଆର୍ଥୀକ ସଙ୍କଟ ଅବସ୍ଥା ଦେଖା ଦେଇଛି । ଭାରତରେ ବେକାରୀଙ୍କ ମଧ୍ୟରୁ ୨୦-୩୦ ବର୍ଷର ଯୁବକଙ୍କ ସଂଖ୍ୟା ୨୮ଭାଗ ବୋଲି ସେ ସୂଚନା ଦେଇଥିଲେ । ସାଧାରଣ ଜୀବନରେ ଚଳିବାଲାଗି ଡାଲି, ଆଳୁ, ପିଆଜ ଅତ୍ୟାବଶ୍ୟକ ଥିବା ବେଳେ ଦରଦାମ୍ ଆକାଶ ଛୁଆଁ ଏବଂ ଶିଳ୍ପ, କୃଷି ଓ ବ୍ୟବଦାୟରେ ମାନ୍ଦାଅବସ୍ଥା ଦେଶ ବିକାଶରେ ଅନ୍ତରାୟ ଦେଖା ଦେଇଛି । ମାନ୍ଦା ଅବସ୍ଥାରେ ପୁଞ୍ଜିବାଦକୁ ୧ଲକ୍ଷ୪୫ହଜାର କୋଟି ଟଙ୍କା ଛାଡ କରାଯାଇଥିବା ବେଳେ କେନ୍ଦ୍ର ବଜେଟ୍ରେ ୨୨ ହଜାର କୋଟି ଟଙ୍କା ଜାତୀୟ ବିକାଶର ପରିପନ୍ଥି ବୋଲି କହିଥିଲେ । ପରିସ୍ଥିତି ସୁଧାରିବାପାଇଁ ଆର୍ବିଆଇରୁ ୩୦ ହଜାର କୋଟଟଙ୍କା ଅଣାଯାଇଥିବା ବେଳେ ପ୍ରଧାନ ମନ୍ତ୍ରୀ ମୁହଁ ଖୋଲୁନଥିବା କ୍ଷୋଭର ବିଷୟ । ଆର୍ଥୀକ ବିପର୍ଯ୍ୟୟ ବେଳେ କେନ୍ଦ୍ର ସରକାର କର୍ମକୁ ଦ୍ୱାହି ଦେଉଥିବା ବେଳେ ରାଜ୍ୟ ସରକାର ମୋ ସରକାର ଓ କାଳିଆ ଯୋଜନାରେ ସାଧାରଣ ଲୋକଙ୍କୁ ଦୀନରେ ତାରା ଦେଖାଇବାଭଳି କାର୍ଯ୍ୟ କରୁଛନ୍ତି । ଇଂରେଜ ଅମଳରେ ୫୪ ହଜାର କିମି. ରେଳ ରାସ୍ତା ହୋଇଥିବା ବେଳେ ସ୍ୱାଧୀନ ଭାରତରେ ୧୧ ହଜାର ରେଳ ରସ୍ତା ନିର୍ମାଣ ଓ ରାଜ୍ୟରେ ୩୫ଭାଗ ଜମିରେ ଜଳସେଚନ ନ ହେବା, ବିକାଶ ଧାରାର ପରିପନ୍ଥି ବୋଲି କହିଥିଲେ । ରାଜ୍ୟ ସ୍ତରୀୟ ସିପିଏମ୍ ନେତା ଶିଶିର ହୁଇ କେନ୍ଦ୍ର ସରକାର ରେ ବିଭିନ୍ନ ଦୁର୍ନିତୀ ଓ ବିକାଶହୀନ ଶାସନର ଉଦାହରଣ ଦେଇଥିବାବେଳେ ରାଜ୍ୟ ସରକାର ପଲ୍ଲିରୁ ଭୁବନେଶ୍ୱର ଯାଏ ଦୁର୍ନିତୀରେ ବଡି ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ କମିଟି ଦିଲ୍ଲିପ ହୁଇ, ଦୀପ୍ତିମାନ ଆଚାର୍ଯ୍ୟ, ଜିଲା ସମ୍ପାଦକ ସୀତାଂଶୁ ସେନାପତି, ଜୟନ୍ତ ଘୋଷ, ରବିନ୍ଦ୍ର ବାରିକ, ନିରୋଜ ବେହେରା ପ୍ରମୁଖ ବକ୍ତବ୍ୟ ରଖି ସ୍ଥାନୀୟ କାର୍ଯ୍ୟାଳୟ ଗୁଠିକରେ ଚାଲିଥିବା ବ୍ୟାପକ ଦୁର୍ନିତୀ ଓ କୃଷି ଶ୍ରମିକ, ନିର୍ମାଣ ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅବିଚାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଓ ପଶ୍ଚିମବଂଗରୁ ବହୁ ନେତା, କର୍ମୀ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା