ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏଆଇକେଏସସିସି(AIKSCC) ପକ୍ଷରୁ ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଠାରେ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଆଜି ଜାନୁଆରୀ ୧ ତାରିଖ ୨୦୨୧ ମସିହା ନୂତନ ବର୍ଷ ଅବସରରେ ଦିଲ୍ଳୀ ଚାଲ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ କୃଷକ ବିରୋଧି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ସଂକଳ୍ପ ଦିବସ ପରିପ୍ରେକ୍ଷୀରେ ଏଆଇକେଏସସିସି(AIKSCC) ଗଞ୍ଜାମ ଶାଖା ତରଫରୁ ମିଳିତ ଭାବେ ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଠାରେ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ବରିଷ୍ଠ ଆଇନଜିବି ବସନ୍ତ ପଣ୍ଡା ସମ୍ବିଧାନ ମୁଖବନ୍ଧ ଏବଂ ଶପଥ ପତ୍ର ପାଠ କରାଇଥିଲେ । ଆଜକୁ ୩୭ ଦିନ ଧରି ହାଡ ଭଙ୍ଗା ଶୀତ କାକର ଥଣ୍ଡାରେ ଲକ୍ଷ ଲକ୍ଷ ଚାଷୀ ଆନ୍ଦୋଳନରେ ବସି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଚାଷୀଙ୍କ ଦାବି ପ୍ରତି ବେଖାତିର ମନୋଭାବକୁ ତୀଵ୍ର ନିନ୍ଦା କରାଯାଇଛି । ମୋଦୀ ସରକାର କର୍ପୋରେଟ ଅମ୍ବାନୀ ଓ ଅଦାନୀର ଦଲାଲ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଅବିଳମ୍ବେ କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ଦାବି ହୋଇଛି । ଆଜିର ଏ ସଂକଳ୍ପ କାର୍ଯ୍ୟକ୍ରମରେ କୃଷକ ନେତା ପ୍ରଫୁଲ୍ଲ ସାମନ୍ତରା, ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ବସନ୍ତ ନନ୍ଦ, ଦୁର୍ଯ୍ୟୋଧନ ସ୍ୱାଇଁ, ଗୋପାଳ ପାଣିଗ୍ରାହୀ, ଶଙ୍କର ସାହୁ, ବିଜୟ ବିଶୋଇ, ପି. ପାର୍ବତୀ, ଯୁଧିଷ୍ଠିର ବେହେରା, କ୍ଷେତ ମୁଲିଆ ନେତା ବିଦ୍ୟାଧର ଜେନା, ମହିଳା ନେତ୍ରୀ ଉର୍ମିଳା ଜେନା, ବିଷ୍ନୁପ୍ରିୟା ସାହୁ, ଶ୍ରମିକ ନେତା ପ୍ରକାଶ ପାତ୍ର, ପ୍ରତାପ ଚୌଧୁରୀ, ଯୁଧିଷ୍ଠିର ବେହେରା, ଏସପି ମହାପାତ୍ର, ଅଶୋକ ଦାସ, ବିଏନ ସାହୁ, ଶିବରାମ ସାହୁ ଯୁବ ନେତା କାମଦେବ ନାହାକ, ଲଷ୍ମୀନୃସିଂହ ରଥ, ଫକୀର ଦାସ ପ୍ରମୁଖ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା