ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକ ଅଧିନସ୍ଥ ଲାଭଲଇ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରଧାନଶିକ୍ଷକ ଓ ଅଭିଭାବକ ସଚେତନତା ପାଇଁ ଏକ ଦିବସୀୟ ଅନ୍ତର୍ନିବେଶୀ ଶିକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଁଦିଆ ଗୋଷ୍ଠି ସମ୍ବଳ ଶିକ୍ଷକ ବିଜୟ କୁମାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ରାଉତ ଓ ଗୋବିନ୍ଦ ଚନ୍ଦ୍ର ନାୟକ ଯୋଗଦାନ କରିଥିବାବେଳେ ଲାଭଲଇ ସିଆରସିସିର ସମସ୍ତ ପ୍ରଧାନଶିକ୍ଷକ, ସିଆରସିସି ବିଚିତ୍ରନନ୍ଦ ସ୍ୱାଇଁ ଓ ୩୧ଜଣ ଅଭିଭାବକ ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ସୁବିଧା ସୁଯୋଗ ଯଥା – ସାର୍ଟିଫିକେଟ ପ୍ରଦାନ, ଵାଣିଶ୍ରୀ, ଯାତାୟାତଭତ୍ତା ଓ ପ୍ରତିଶଧକମୁକ୍ତ ବିଦ୍ୟାଳୟ ପାଇଖାନା, ରାମ୍ପସ ବ୍ୟବହାର ସହ ଭିନ୍ନକ୍ଷମ ପିଲାଙ୍କ ପାଇଁ ଶିକ୍ଷାର ଗୁଣାଭୁକ ବିକାଶ ତଥା ଭିନ୍ନକ୍ଷମ ଅଧିନିୟମ ୨୦୧୬ ଅନୁଯାୟୀ ୨୧ଶ୍ରେଣୀ ପିଲା କିପରି ଅନଲାଇନ କରି ତାଙ୍କର ସଠିକ ତଥ୍ୟ ପ୍ରଦାନ କରି ସାର୍ଟିଫିକେଟ ପାଇବା ବିଷୟରେ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି