ଏକଶହ ଟାଙ୍କିଆ ମୁଦ୍ରାର ଉନ୍ମୋଚନ:ସେଥିରେ ରହିଛି ବାଜପେୟୀଙ୍କ ଚିତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶକୁ ମହାନଭକ୍ତଙ୍କ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଶହ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି ସେଥିରେ ବାଜପେୟୀଙ୍କ ଚିତ୍ର ରହିଛି । ୨୦୦୨ ମସିହାରେ ଭାରତର ସବୁଠୁ ଅଧିକ ଲମ୍ବା ରେଳ ରୋଡ଼ ବ୍ରିଜ ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା “ବୋଗିବିଲ ବ୍ରିଜ”କୁ ବାଜପେୟୀ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ବ୍ରିଜ ଚୀନ ସୀମାନ୍ତରେ ଥିବାରୁ ଏହା ସାମରିକ ସୁରକ୍ଷା ଦିଗରେ ଯାତ୍ରାୟାତ କରିହେବ ଏବଂ ଏହି ବ୍ରିଜ ଉପରେ ଜେଟ ପ୍ଲେନ ମଧ୍ୟ ଚଲାଯାଇପାରିବ । ଏହି ବ୍ରିଜ ୧୨୦ ବର୍ଷ ପର୍ଯ୍ୟନ୍ତ ମେଣ୍ଟେନେସ ଫ୍ରି ରହିବ । ବାଜପେୟୀଙ୍କ ଏହି ଅବିଶ୍ୱାସନୀୟ ଅବଦାନକୁ ମାନେ ପକାଇ ବକ୍ତାମାନେ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏଥିରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ଜିଲ୍ଲା ଉପ-ସଭାପତି ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଗୋପୀନାଥ ପଣ୍ଡା, ରାଜେଶ କୁମାର ସାହୁ, ଡ଼. ଅମୁଲ୍ୟ ଚୌଧୁରୀ, ପ୍ରଦୀପ ମିଶ୍ର, ମଧୁସୂଦନ ସାହୁ, ଡ଼. ନମିତା ରାଣୀ ପଣ୍ଡା, ବିଘ୍ନରାଜ ନାୟକ, ସୁମନ ଶତପଥୀ, ରବୀନ୍ଦ୍ର ସାବତ, ସଂଘମିତ୍ରା ବେହେରା, ପ୍ରଭାତୀ ପାଣିଗ୍ରାହୀ, ସୁଶୀଳା ମଲ୍ଲିକ, ପ୍ରଦୀପ କୁମାର ଶତପଥୀ, ଅହିଂଶା ସାହୁ, ମଦନ ମୋହନ ପାତ୍ର, ସଂଗ୍ରାମ ମିଶ୍ର, ରାମ କୁମାର ପାତ୍ର, ରମେଶ ପାଣିଗ୍ରାହୀଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା